ପଦ୍ମପୁର ସହରର ମୁଖ୍ୟ ରାସ୍ତା ତଳେ ପାଇପ୍ ବିଛା କାମ ଆଗକୁ ପାଇବ ଫାଟିବାର ସମ୍ଭାବନା...
ବରଗଡ଼,୧୩/୦୪ : ରାସ୍ତା ମଝିରେ ପାଇପ୍ ବିଛା ଯାଉଛି। ଆଗକୁ ପାଇପ୍ ଫାଟି ଦୁଃଖ ପାଇବେ ସହରବାସୀ। ପାନୀୟ ଜଳ ସମସ୍ୟା ରେ ଆଉଟୁ ପାଉଟୁ ହେଉଥିବା ବରଗଡ଼ ଜିଲ୍ଲା ପଦ୍ମପୁର ସହରବାସୀ ଙ୍କ ପାଇଁ ସରକାର ପାଣି ସମସ୍ୟା କରୁଥିବା ବେଳେ ରାତାରାତି ମଝି ରାସ୍ତା ଉପରେ ଗାତ କରି ପାଇପ୍ ବିଛା କାମ ଚାଲିଛି ଯାହା କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପଦ୍ମପୁର ସହରରେ ବାହାଘର ସମୟରେ ବାଇଗଣ ଚାଷ ହେଉଛି।
Ad..
ସରକାରୀ ନିୟମ ଅନୁଯାୟୀ ରାସ୍ତା ର କଡ ରେ ପ୍ରାୟ ୪ ରୁ ୬ ଫୁଟ ତଳକୁ ଗାତକରି ପାଇପ୍ ବିଛା ଯିବାକଥା ଯାହାକି ଭାରିଯାନ, ଦ୍ବାରା ପାଇପ୍ ନଷ୍ଟ ନ ହେବ ହେଲେ ସରକାରୀ କାମରେ ବିଭାଗର ଦେଇ ଙ୍କ ବିନା ଉପସ୍ଥିତିରେ ଅନଭିଜ୍ଞ ଶ୍ରମିକ ଙ୍କ ଦ୍ବାରା ମଧ୍ୟ ରାତ୍ରୀରେ ପାଇପ୍ ବିଛା କାମ ଚାଲିଛି ଯାହା ଦ୍ବାରା ପକ୍କା ରାସ୍ତା ନଷ୍ଟ ହେବାସହ ଧୁଲିବାଲି ରାସ୍ତା ଉପରେ ପଡ଼ି ସହର କଦର୍ଥ ଓ କଦର୍ଯ୍ୟ ହୋଇଯାଇଛି।
ସହରର ଆରମ୍ଭ ରୁ ମଝି ସହର ଭିତରେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଇପ୍ ବିଛା କାମ ଚାଲିଛି ହେଲେ କାମକୁ ନେଇ ଜନସାଧାରଣ ରେ ଆଲୋଚନା ହେଉଛି କି ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବସ୍, ଟ୍ରକ ଓ ଶହଶହ ଚାରିଚକିଆ ଯାନ ଯିବା ଆସିବା କରୁଛି ଯାହା ପାଇପ୍ ଭାରିଯାନ ଚାପରେ ଫାଟିଯିବାର ଶତପ୍ରତିଶତ ସମ୍ଭାବନା ରହୁଛି।
ପାଇପ୍ ଫାଟି ପୁଣି ସହର ଜନସାଧାରଣ ଙ୍କୁ ହନ୍ତସନ୍ତ ହେବାକୁ ପଡିବ ଯାହା କି ସ୍ଥାନୀୟ ଜନପ୍ରତିନିଧି , ବିଧାୟକ କିମ୍ବା ସାଂସଦ ଅନୁଧ୍ୟାନ କରିବା କଥା ହେଲେ ସେମାନଙ୍କ ପାଖରେ କେତେ ଖବର ଅଛି ତାହା ସାଧାରଣ ଜନତା ଜାଣିପାରୁ ନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଥା ଶିଘ୍ର ଉଚିତ୍ ବ୍ୟବସ୍ଥା ମଧ୍ୟରେ କାମ କରିବାକୁ ଦାବି ହେଉଛି।
Report : Bijay ku sahu
Edited by k.s thakur...


