ଚୈତ୍ର ପୁର୍ଣିମା ଅବସରରେ ହିଙ୍ଗୁଳାଇ ଦେବୀଙ୍କ ପୂଜା...
ବରଗଡ଼,୧୨/୦୪ : ଆଜି ଶନିବାର ଦିନ କାପୁଡି ସମାଜ ର ଇଷ୍ଟଦେବୀ ଶ୍ରୀ ଶ୍ରୀ ହିଙ୍ଗୁଳାଇ ଦେବୀ ଙ୍କ ପୂଜା ଅବସରରେ ପଶ୍ଚିମ ଓଡିଶା କାପୁଡି ସମାଜ ର ମୁଖ୍ୟ କାର୍ଯ୍ୟାଳୟ ଗର୍ଭଣା ରେ ଶ୍ରୀ ଶ୍ରୀ ହିଙ୍ଗୁଳାଇ ଦେବୀ ଙ୍କ ପୂଜା ମହାସମାରୋହ ଅନୁଷ୍ଠିତ ହେଇ ଯାଇଅଛି।
Ad..
ପଶ୍ଚିମ ଓଡିଶା କାପୁଡି ସମାଜ ର ସଭାପତି କବିରାଜ ଶ୍ରୀମୁଖ ନାଏକ ଏବଂ ସମ୍ପାଦକ ଲଳିତ କୁମାର ନାଏଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡିଶା କାପୁଡି ସମାଜ ତରଫରୁ ଚଳିତ ବର୍ଷ ବିଶିଷ୍ଟ ଚାଷୀ ନେତା ରମେଶ ମହାପାତ୍ର ଙ୍କୁ "କୃଷକ ବନ୍ଧୁ" ଉପାଧି ରେ ଏବଂ ପୁରାଣ କଥା ପ୍ରବକ୍ତା ହେମସାଗର ପଧାନ ଙ୍କୁ "କଥା ବାଚକ " ଉପାଧି ରେ ମାନପତ୍ର, ଅଙ୍ଗବସ୍ତ୍ର, ପୁଷ୍ପମାଲ୍ୟ ଏବଂ ନାରିକେଳ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଦଶମାଇଲ ସ୍ଥିତ ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନ ର ସଭାପତି ରବିଶଙ୍କର ପ୍ରଧାନ ଙ୍କୁ ମଧ୍ୟ ଏହି ଅବସରରେ ପୁଷ୍ପମାଲ୍ୟ ଏବଂ ଉପାୟନ ପୂର୍ବକ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭ ରେ ସଭାପତି କବିରାଜ ଶ୍ରୀମୁଖ ନାଏକ କାପୁଡି ସମାଜ ର ଏକତା ଅଖଣ୍ଡତା ବଜାୟ ରଖିବା ପାଇଁ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ତଥା ପଡୋଶୀ ଛତିଶଗଡ଼ ରେ ବସବାସ କରୁଥିବା କାପୁଡି ସମାଜର ଜାତି ଭାଇ- ଭଉଣୀ ମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ ମାନପତ୍ର ପାଠ କରିଥିବା ବେଳେ ଅକ୍ଷୟ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


