ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ...

ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ...


ସମ୍ବଲପୁର,୧୭/୦୪ : - ଧନୁପାଲି ସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ମଧୁସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମର୍ପଣ ସଙ୍ଘଠନ ର ସଂଯୋଜକ ରାଧେଶ୍ୟାମ ପଣ୍ଡା ପରିଚାଳନା କରିଥିଲେ।

Ad..


ପରିବେଶ ନିର୍ମଳ ରଖିବା, ବ୍ୟାପକ ମାତ୍ରା ରେ ବୃକ୍ଷାରୋପଣ, ବୃକ୍ଷ ହିଁ ଜୀବନ ଇତ୍ୟାଦି ବିଷୟରେ ଛାତ୍ର ଛାତ୍ରୀ ମାନଂକୁ ଅତିଥି ବୃନ୍ଦ ଅବଗତ କରାଇଥିଲେ।ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଜଣାଅଜଣା ଲିଖିତ ପ୍ରତିଯୋଗିତା ଆୟୋଜନ ହୋଇଥିଲା।

ବିଦ୍ୟାଳୟର ୭୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଆସନ୍ତା ପରିବେଶ ଦିବସ ପାଳନ ଅବସର ରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ରାଧେଶ୍ୟାମ ପଣ୍ଡା ଘୋଷଣା କରିଥିଲେ।ଶିକ୍ଷୟିତ୍ରୀ    ସୋନାଲି ବାଗ, ସୀମା ମିଶ୍ର, ରେଣୁକା ପାଢ଼ୀ, ସୁବ୍ରତା ପାଣି, ପ୍ରଭାତୀ ମିଶ୍ର ସୁଜାତା ରାଣୀ, ସୁରେଶ କୁମାର ଗୋନ୍ତିଆ, ଉପେନ୍ଦ୍ର ନାଏକ ଏବଂ ସମର୍ପଣ ର ଟିକେଶ୍ୱର ପ୍ରଧାନ, ଶମ୍ଭୁ ମହାନନ୍ଦ ସହଯୋଗ କରିଥିଲେ।



Edited by k.s thakur...


Post a Comment

Previous Post Next Post