ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା,୧୯ ରେ ମହନୀ ସାଂସ୍କୃତିକ ଉତ୍ସବ...
ବରଗଡ଼,୧୬/୦୪ : ବରଗଡ଼ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହନୀ ପକ୍ଷରୁ ଆସନ୍ତା ୧୯.୦୪.୨୦୨୫ ଶନିବାର ଦିନ ସକାଳ ୭ଟାରୁ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ମହନୀ ଉତ୍ସବ ପାଳନ କରାଯିବ।
Ad..
ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ବାଗ, ବରଗଡ଼ ପୈାରପାଲିକା ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ, ସମାଜସେବୀ ଶ୍ରୀ ସମୀର କୁମାର ସିଂ ଏବଂ ଗୈାମାୟା ପେଣ୍ଟର୍ସ ର ମେନେଜିଙ୍ଗ ଡାଇରେକ୍ଟର ଶ୍ରୀମତୀ ଦୂର୍ଗା ପ୍ରିୟଦର୍ଶିନୀ ଯୋଗ ଦେବାକୁ ସଦୟ ସ୍ଵିକୃତି ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମ ରେ ୪ ବର୍ଷ ରୁ ୭ ବର୍ଷ ସବଜୁନିଅର, ୮ ରୁ ୧୩ ବର୍ଷ ଜୁନିଅର ଏବଂ ୧୪ ବର୍ଷ ରୁ ଉର୍ଦ୍ଧ୍ବ ସିନିଅର ତିନୋଟି ବିଭାଗ ରେ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ। ଏଥିପାଇଁ ପ୍ରତିଯୋଗୀ ମାନେ ଆସନ୍ତା ୧୭ ତାରିଖ ଦିନ ନାମ ପଞ୍ଜିକରଣ କରିବାକୁ ସଂପାଦକ ଡ.ଡୋଳାମଣୀ ଶତପଥୀ ଓ ସଭାପତି ଶଙ୍କର ପଟ୍ଟନାୟକ ଜଣାଇଛନ୍ତ।
Report : Bijay ku sahu
Edited by k.s thakur...


