ବରଗଡ଼ ଓ ପଦ୍ମପୁରରେ କାମ କରୁଛନ୍ତି ଅନେକ ବାଙ୍ଗଲାଦେଶୀ... ପୋଲିସ ନିରବ କାହିଁକି?
ବରଗଡ଼,୨୪/୦୪ : ପଶ୍ଚିମବଙ୍ଗ ର ମୁର୍ଶିଦାବାଦରେ ଦଙ୍ଗାରେ ସାମିଲ ହୋଇ ହିନ୍ଦୁ ହରଗୋଵିନ୍ଦ ଦାସ ଓ ତାଙ୍କ ପୁଅ କୁ ଟିକ୍ ଟିକ୍ କରି ହାଣି ହତ୍ୟା କରିଥିଵା ଅଭିଯୋଗରେ ସୈଫୁଲ ହକ୍ ଓ ତାର ପୁଅ ଇସ୍ରାଏଲ ହକ୍ ସଂଗେ ଅନ୍ୟ ୬ ଜଣ ଦଙ୍ଗାକାରୀଙ୍କୁ ଝାରସୁଗୁଡା ର ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଅଂଚଳ ରୁ ପଶ୍ଚିମବଙ୍ଗ ଏସଟିଏଫ ଟିମ ଗିରଫ କରିବା ପରେ ଝାରସୁଗୁଡ଼ା ର ପଡୋଶୀ ସଂସଦ ନିର୍ବାଚନ ମଣ୍ଡଳୀ ବରଗଡ଼ ଜିଲ୍ଲା ରେ ମଧ୍ୟ ଭୟର ବାତାବରଣ ରହିଛି।
Ad..
ବରଗଡ଼ ଜିଲ୍ଲାର ବରଗଡ଼ ଓ ପଦ୍ମପୁର ଅଞ୍ଚଳରେ ବହୁ ମାତ୍ରାରେ ଅନେକ ବଙ୍ଗଳାଦେଶୀ ଆସି ଶ୍ରମିକ, ରାଜମିସ୍ତ୍ରୀ, ଟାଇଲମିସ୍ତୀରି ଭାବରେ କାମକରି ରହୁଥିବା ନଜିର ରହିଛି। ଯାହାକୁ ନେଇ ବରଗଡ଼ ଜିଲ୍ଲା ପୋଲିସ ହେଉ କିମ୍ବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବାଂଲାଦେଶୀ ଙ୍କୁ ଚିହ୍ନଟ କରିବା ପାଇଁ କୈାଣସି ପଦକ୍ଷେପ ନେଉନଥିବା ରୁ ଜିଲ୍ଲା ରେ ଭୟର ବାତାବରଣ ରହିଛି।
କିଛି ଦିନହେଲାଣି ଉଭୟ ବରଗଡ଼ ଓ ପଦ୍ମପୁର ଅଞ୍ଚଳରେ ଓ ଏହାର ପାଖାପାଖି ଅଂଚଳ, ବ୍ଲକ ଅଂଚଳ ର ଗାଁ ଗୁଡ଼ିକରେ ଅନେକ ବଙ୍ଗଳା କାରିଗର ଙ୍କୁ ଘରଭଡ଼ା ନେଇ କାମକରିବାର ଦେଖାଯାଉଛି। ଏମାନେ ବିଭିନ୍ନ ପର୍ବପର୍ବାଣି ରେ ନିଜ ଘରକୁ ଫେରି ଯାଉଥିବା ବେଳେ ପୁଣି ଆସି ରହୁଥିବା ଦେଖା ଯାଉଛି।
କିଛିଦିନ ତଳେ ଝାରସୁଗୁଡା ଜିଲ୍ଲାରେ ଲୁଚିଥିବା ବଙ୍ଗଳାଦେଶି ଆତଙ୍କୀ ମାନଙ୍କୁ ଗିରଫ କରିବା ପରେ ବରଗଡ଼ ଓ ପଦ୍ମପୁର ଅଞ୍ଚଳରେ ଲୋକେ ଭୟଭୀତ ହେବା ସହ ଅସୁରକ୍ଷିତ ମନେ କରୁଛନ୍ତି। ବରଗଡ଼ ପୋଲିସ କିମ୍ବା ପଦ୍ମପୁର ପୋଲିସ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ପରିଚୟ ମାଗିବା ପାଇଁ ସାହସିକତା ଦେଖାଉନାହାନ୍ତି।
ଏ ବିଷୟରେ ପୋଲିସ କୁ ଜଣାଇଲେ ଆମ ପାଖରେ କିଛି ଖବର ନାହିଁ ଆପଣ ଲିଖିତ ଭାବେ ଜଣାଇଲେ ଆମେ ଦେଖିବୁ ବୋଲି କହୁଥିବା ଆଲୋଚନା ହେଉଛି। ଯାହାକି ସମଗ୍ର ବରଗଡ଼ ସହର ଓ ପଦ୍ମପୁର ସହର ରେ ଏବେ ଅଜଣା ଭୟ ର ବାତାବରଣ ଦେଖା ଦେଇଛି।
Report : Bijay ku sahu
Edited by k.s thakur...


