ଭାରତ ରେ ହୋଇଥିବା 1st south asian karate championship 2025-26 ରେ ଓଡିଶା ର ସଫଳତା...

ଭାରତ ରେ ହୋଇଥିବା 1st south asian karate championship 2025-26 ରେ  ଓଡିଶା ର ସଫଳତା...


କଣ୍ଟାବାଞ୍ଜି,୨୫/୦୪ : ଝାରଖଣ୍ଡ ରାଜ୍ୟ ର ଗିରଡିହି ଠାରେ ଅନୁଷ୍ଠିତ ଗତ ଏପ୍ରିଲ 18 ତାରିଖ ଠାରୁ 20 ତାରିଖ ପର୍ଯ୍ୟନ୍ତ ହୋଇଥିବା 1st south asian karate championship 2025-26  ରେ ଓଡିଶା କୁ ବିଶେଷ ସଫଳତା ମିଳିଛି।

Ad..


ଏହି ପ୍ରତିଯୋଗିତା ରେ ବିଭିନ୍ନ ଦେଶ ଏବଂ ରାଜ୍ୟ ର କରାଟେ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୋଟ ପାଖାପାଖି 350 ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଏଥିରେ ଓଡିଶା ରାଜ୍ୟ ରୁ ସେନସେଇ ଜିତୁ ପୃଷ୍ଟି ଙ୍କ ନେତୃତ୍ୱରେ ବଛା ବଛା 10 ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। 

ଏଥିରେ ଦୁଇଟି ଇଭେଣ୍ଟ ରହିଥାଏ ଯଥା kata ଏବଂ kumite, ଏହି ଦୁଇଟି ଇଭେଣ୍ଟ ରେ ଖେଳାଳି ମାନେ ଅଂଶ ଗ୍ରହଣ କରିଥାନ୍ତି। ଓଡିଶା ରୁ ଯାଇଥିବା ଖେଳାଳି ମାନେ ନିଜ ପ୍ରତିଯୋଗୀ ଙ୍କ ସହ ଦ୍ୱନ୍ଦ୍ୱ କରି ମୋଟ 18 ଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ 10 ଟି ରୋପ୍ୟ ଏବଂ 8 ଟି କାଂସ୍ୟ ପଦକ ରହିଛି। 

ଏହି ପ୍ରତିଯୋଗିତା ରେ ଗୁରୁଃକୃପା ମାର୍ଶାଲଟ ଏକାଡେମୀ କଣ୍ଟାବାଞ୍ଜି ଏବଂ ଟିଟିଲାଗଡ଼ କରାଟେ ଆସୋସିଏସନ, ଟିଟିଲାଗଡ଼ ରୁ ବଛା ବଛା ଉତ୍ତମ ଖେଳାଳି ଙ୍କୁ ଚୟନ କରି ସେନସେଇ ଜିତୁ ପୃଷ୍ଟି ଏବଂ ସମ୍ପାଇ ସାରଳା ସାହୁ ଦୀର୍ଘ ଦିନ ରୁ କଠିନ ତାଲିମ ପ୍ରଦାନ କରୁଥିଲେ। 

ସେନସେଇ ଜିତୁ ପୃଷ୍ଟି ଙ୍କ ନେତୃତ୍ୱ ରେ କରାଟେ ଖେଳାଳି ତାଲିମ ନେଇ ନିଜ ପ୍ରତିଯୋଗୀ ଙ୍କୁ ହରାଇ ମେଡାଲ ଜିତି ବିଜୟ ର ଅଧିକାରୀ ହୋଇପାରିଛନ୍ତି ଏବଂ ନିଜ ଦେଶ, ରାଜ୍ୟ ଓ ଅଂଚଳ ର ଗର୍ବ ମାନ ଟେକ ରଖିଛନ୍ତି। 

ଏହି ଉଭୟ ଆସୋସିଏସନ ର ଖେଳାଳି ମାନେ ହେଲେ : -  ଚନ୍ଦ୍ରାଂଶୁ ସାହୁ (2 ଟି ରୋପ୍ୟ), ସୁରଜ କୁମାର (2 ଟି ରୋପ୍ୟ), MD ଜୟାନ ଖାନ (1 ରୋପ୍ୟ 1 କାଂସ୍ୟ), ରେହଂଶୀ ସେଠି(1 ରୋପ୍ୟ 1 କାଂସ୍ୟ),ସାଇ ପ୍ରତ୍ୟୁଷ ବୁଡ଼େକ(1 ରୋପ୍ୟ 1 କାଂସ୍ୟ),ସୂର୍ଯ୍ୟମ୍ବାଲା ସାହୁ (1 ରୋପ୍ୟ 1 କାଂସ୍ୟ),ସାହିଲ ମେହେର (1 ରୋପ୍ୟ 1 କାଂସ୍ୟ),ଚିତ୍ତପ୍ରିୟ ସାହୁ (1 ରୋପ୍ୟ 1 କାଂସ୍ୟ),ଷ୍ଟେଭେନ ସାହୁ(2 ଟି କାଂସ୍ୟ),ର ଅଧିକାରୀ ହୋଇଛନ୍ତି। 

ଏହି ଖେଳାଳି ମାନଙ୍କ ପାଇଁ ଟିଟିଲାଗଡ଼ କରାଟେ ଆସୋସିଏସନ ର ପ୍ରତିଷ୍ଠାତା ସେନସେଇ କେଦାର କବାଟ ଙ୍କ ସାହୁ ଟିଟିଲାଗଡ଼ ଅଂଚଳବାସୀ ଏବଂ ଓଡିଶା ରାଜ୍ୟ ରୁ ଶୁଭେଚ୍ଛା ର ଶୁଅ ଛୁଟୁଛି।



Edited by k.s thakur...



Post a Comment

Previous Post Next Post