ବୃକ୍ସ ହିଲଲ ରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ...

ବୃକ୍ସ ହିଲଲ ରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ...


ସମ୍ବଲପୁର,୧୦/୦୪ :  ସମ୍ବଲପୁର ବୃକ୍ସ ହିଲ ସ୍ଥିତ ବାଲିବନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃକ୍ସ ହିଲ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲିବନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟର ୫୦ଜଣ ଛାତ୍ର ଛାତ୍ରୀ ଏବଂ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ୧୫୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। 

Ad..


ପରିବେଶ ନିର୍ମଳ ରଖିବା ଏବଂ ପ୍ରଦୂଷଣ ରୁ ମୁକ୍ତି ପାଇବା ପାଈଁ ବୃକ୍ଷରୋପଣ ଆବଶ୍ୟକ ବୋଲି ପିଲାମାନଙ୍କୁ ଅବଗତ କରାଯାଇଥିଲା।ସମର୍ପଣ ର ସଯୋଜକ ରାଧେଶ୍ୟାମ ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ସମାଜ ସମ୍ବଲପୁର ର ବରିଷ୍ଠ ସାମ୍ବାଦିକ ସୁଜିତ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ସେହିପରି ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତିରଣୀ କଚ୍ଛପ ପରିଚାଳନା କରିଥିଲେ। ପିଲାମାନଙ୍କ ମଧ୍ୟରେ ପରିବେଶ ସମ୍ପର୍କିତ ତଥା ବୃକ୍ଷଳତା ର ଚିତ୍ରାଙ୍କନ ଓ ଜଣାଅଜଣା ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

ଏହି କାର୍ଯ୍ୟକ୍ରମରେ ଟିକେଶ୍ୱର ପ୍ରଧାନ, ଆଲୋକ କୁମାର ଦାସ, ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପୃଷ୍ଟି, ସୁନିତା ପ୍ରଧାନ, ହେମଳତା ସାହୁ, ରିତାଞ୍ଜଳି ସାହୁ, ରଚନା ସିଂ, ମିନାକ୍ଷୀ ପଣ୍ଡା, ସରିତା, ସତମାନ ବାଗ, ଶମ୍ଭୁ ମହାନନ୍ଦ ଇତ୍ୟାଦି ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post