ସମ୍ବଲପୁରରେ ଆୟୋଜିତ ହେବ ପେନସନ ଅଦାଲତ...
(ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଏବଂ ଦେଓଗଡ଼ ଜିଲ୍ଲାର ପେନସନ ଭୋଗୀଙ୍କ ସମସ୍ୟାର ହେବ ସମାଧାନ)
ବରଗଡ,୧୦/୦୪ : ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ସହିତ ସମନ୍ୱୟ ରଖି ପ୍ରତ୍ୟେକ ଜିଲ୍ଲାରେ ମୁଖ୍ୟ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟ ପେନସନ ଅଦାଲତ ଆୟୋଜନ କରେ ଯାହା ଦ୍ୱାରା ପେନସନଭୋଗୀଙ୍କ ଅଭିଯୋଗର ଯାଞ୍ଚ କରାଯାଏ ଏବଂ ତତ୍ କ୍ଷଣାତ ନିଷ୍ପତ୍ତି ନେଇ ସମାଧାନ କରାଯାଏ ।
Ad..
ଏହି ପରିପ୍ରେକ୍ଷୀରେ ଆଗାମୀ ୧୧ ଏପ୍ରିଲ, ୨୦୨୫ ତାରିଖ ଦିନ ସମ୍ବଲପୁର ଠାରେ ଏକ ପେନସନ ଅଦାଲତ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଆୟୋଜନ କରିବାର ପ୍ରସ୍ତାବ ରହିଛି ।
ଯେଉଥିରେ ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଏବଂ ଦେଓଗଡ଼ ଜିଲ୍ଲାର ସମସ୍ତ ପେନସନ ମଞ୍ଜୁରୀ କର୍ତ୍ତୃପକ୍ଷ, ପେନସନ ସଂଗ୍ରହ ଏବଂ ବଣ୍ଟନ ଅଧିକାରୀ, ଟ୍ରେଜେରୀ ଏବଂ ସବ-ଟ୍ରେଜେରୀ ଅଧିକାରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ବୈଠକରେ ଉପସ୍ଥିତ ରହି ଏହି ଜିଲ୍ଲାର ପେନସନ ଭୋଗୀଙ୍କ ଅଭିଯୋଗ ଗ୍ରହଣ କରିବା ସହ ସେଗୁଡିକୁ ଯାଞ୍ଚ କରି ତତ୍ କ୍ଷଣାତ ନିଷ୍ପତ୍ତି ନେଇ ସମାଧାନ କରିବେ ।
ଆବଶ୍ୟକ ସ୍ଥଳେ ପେନସନ ଭୋଗୀ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ଆକାଉଣ୍ଟସ୍ ଅଧିକାରୀ (ମୋ.ନଂ.-୭୦୦୮୨୯୨୬୬୮) ଏହି କାର୍ଯ୍ୟାଳୟର ଅଦାଲତ, ସହ-ସମନ୍ୱୟ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ।
Report : Bijay ku sahu
Edited by k.s thakur...


