ଡ଼ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଜଣାଇବା ପାଇଁ ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ...

ଡ଼ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଜଣାଇବା ପାଇଁ ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ...


ବରଗଡ଼,୧୯/୦୪ : ଭାରତରତ୍ନ ଡ଼ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ସମ୍ମାନ ଜଣାଇବା ପାଇଁ  ବିଜେପି ବରଗଡ ଜିଲ୍ଲା ତରଫରୁ ଆଜି ସନ୍ଧ୍ୟା ସମୟରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ କାର୍ମଶାଳା ଜିଲ୍ଲା ସଭାପତି ଡ଼ ଅରୂପା ନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

      Ad..


ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ତଥା ଦେଶପ୍ରତି ତାଙ୍କର ଅବଦାନ ବିଷୟରେ ବିସ୍ତୃତ ରୁପେ ଆଲୋଚନା କରିଥିଲେ। 

ଏଥି ସହିତ କଂଗ୍ରେସ ଦଳ ଆମ୍ବେଦକରଜୀଙ୍କୁ ବିଭିନ୍ନ ସମୟରେ କିପରି ଅପମାନିତ କରିଥିଲା ସେ ବିଷୟରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଅବଗତ କରାଇଥିଲେ।ସମ୍ମାନୀତ ଅତିଥି ଭାବେ ମାନ୍ୟବର ଅତାବିରା ବିଧାୟକ ନିହାର ମହାନନ୍ଦ ଯୋଗଦେଇ ସମାଜର ଅବହେଳିତ ଲୋକଙ୍କ ଉତଥାନ ପାଇଁ ଆମ୍ବେଦକରଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। 

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ସୁନାଫୁଲ ସେଠ, ଇଶ୍ଵର ବାଗ, ପରମା ଦୀପ, କୁଶ କୁମ୍ଭାର, ଅକ୍ରୁର ମଲ୍ଲିକ, ବିପିନ ଭୋଷାଗର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କର୍ମଶାଳାରେ ଜିଲ୍ଳାର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। 

ଉପସ୍ଥିତ ବରିଷ୍ଠ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପରେଶ ବିଶି,ପ୍ରମୋଦ ଛତର, ଯଶୋବନ୍ତ ସେଠ, ଯୁଧିଷ୍ଠିର ମେହେର, ସୁବ୍ରତ ହୋତା,ଗୋଲାପ ବାଗ, ସୂର୍ଯ୍ୟ ମହାନ୍ତି, ଦେବେଶ ଶତପଥି, ମିନା ସରାଫ, ମଧୁ ଜୈନ, ପୂଜା ମହାପାତ୍ର, ଚଞ୍ଚଳା ରାଉତ, ମମତା ଅଗ୍ରୱାଲ ଅଗ୍ରୱାଲ, ଅର୍ଚ୍ଚନା ବାଗ,ଖିରେଶ୍ଵରି ସ୍ୱାଇଁ ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post