ନୃସିଂହନାଥ ପୀଠ ରେ ଦିବାରାତ୍ରି ପୋଲିସ ଫାଣ୍ଡି ବ୍ୟବସ୍ଥା ହେଉ...

ନୃସିଂହନାଥ ପୀଠ ରେ ଦିବାରାତ୍ରି ପୋଲିସ ଫାଣ୍ଡି ବ୍ୟବସ୍ଥା ହେଉ...


ବରଗଡ଼,୦୭/୦୩ :  ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ନୃସିଂହନାଥ ପୀଠ ରେ ଏକ ସ୍ଥାୟୀ ଫାଣ୍ଡି ସହ ଦିବାରାତ୍ରି ପୋଲିସ ବ୍ୟବସ୍ଥା କରିବା ପାଇଁ ସରକାର ଙ୍କ ଗୃହ ବିଭାଗ ର ନଜର ପଡୁ ବୋଲି ଦାବି ଜଣାଉଛନ୍ତି ପର୍ଯ୍ୟଟକ। 

Ad..


ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିବା ବେଳେ ନୃସିଂହନାଥ ପୀଠ ରେ ଏକ ଫାଣ୍ଡି ନ ଥିବାରୁ ବେଳେବେଳେ ଯାତ୍ରୀ, ପର୍ଯ୍ୟଟକ ଓ ଭକ୍ତ ମାନେ ସମସ୍ୟା ରେ ପଡ଼ି ହଇରାଣ ହରକତ ହେଉଛନ୍ତି।

ଗନ୍ଧମାର୍ଦ୍ଦନ ପର୍ବତମାଳା ସହ ଚିରସ୍ରୋତା ଝରଣା, ଜଳପ୍ରପାତ ଓ ଅନେକ ମନ୍ଦିର ରହିଛି। ଲୋକ ଗାଧୋଇବା ପାଇଁ ଯାଇଥାନ୍ତି।ଶହଶହ ସଂଖ୍ୟା ରେ ଦୋକାନ ବଜାର ରହିଛି କିଣାବିକା କରନ୍ତି।ବଣ ଭୋଜି, ବିବାହ, ବ୍ରତ, କାର୍ଯ୍ୟଘର, ସୁଦ୍ଧିକ୍ରିୟା ପ୍ରଭୃତି ସାମାଜିକ କାମ ହେଉ କି ବିବାହ ବ୍ରତ ହେଉ କିମ୍ବା ଠାକୁର ଙ୍କୁ ଦର୍ଶନ ପାଇଁ ହେଉଛି ବଣଭୋଜି ର ମଜା ନେବାପାଇଁ ବିଭିନ୍ନ ଅଂଚଳ ରୁ ବିଭିନ୍ନ ପ୍ରକାରର, ବିଭିନ୍ନ ବର୍ଗର ଲୋକ ଦୈନନ୍ଦିନ ଯିବା ଆସିବା କରୁଛନ୍ତି ଏଭଳି ଏକ ବିରାଟ ଅଂଚଳ ରେ କେବେବି କେଉଁଠି ବି ଅଘଟଣ ଓ ଦୂର୍ଘଟଣା ଘଟିବାର ସମ୍ଭାବନା ଥିବାବେଳେ ଗଣ୍ଡଗୋଳ, ଚୋରୀ, ବଦମାସୀ ହେବାର ସମ୍ଭାବନା ରହୁଛି। 

ଏପରିକି ଛୋଟ ବଡ ଘଟଣା ଘଟୁଛି ହେଲେ ଏଭଲି ଘଟଣା ପାଇଁ ନୃସିଂହନାଥ ପୀଠ ଠାରୁ ପାଇକମାଳ ଥାନା ପ୍ରାୟ ତିନି କିଲୋମିଟର ଦୈଡିବାକୁ ପଡୁଛି। ସେହିପରି ନୃସିଂହନାଥ ପୀଠ ରେ ବାର ମାସରେ ତେର ପର୍ବ ପାଳନ ହେଉଥିବାରୁ  ଯାତ୍ରୀ ଙ୍କ ଭିଡ ମଧ୍ୟ ରହୁଛି କେତେକ ସ୍ବତନ୍ତ୍ର ପର୍ବପର୍ବାଣୀ କୁ ଛାଡିଦେଲେ ଅନ୍ୟ ଦିନରେ ପୋଲିସ ର ଦେଖାନାହିଁ। 

କୈାଣସି ଅଘଟଣ ହେଲେ ପାଇକମାଳ ଥାନା ଅଧିକାରୀ ବିଲମ୍ବରେ ପହଂଚିବା ର ମଧ୍ୟ ନଜର ରହିଛି। ପାଇକମାଳ ଥାନା ର ପିସିଆର ଗାଡ଼ି କେବେ ପ୍ରେଟ୍ରୋଲିଙ୍ଗ ରେ ନୃସିଂହନାଥ ଆସନ୍ତି ନାହିଁ। ନୃସିଂହନାଥ ବୈଶାଖ ମେଳା ବୈଠକ ରେ ପୋଲିସ କଥା ଉଠିଲେ ମାଓବାଦୀ ଙ୍କ ବାହାନା ବାଜି କରି କଥା ଏଡ଼ାଇ ଦିଆଯାଏ। 

ଲୋକ ମଧ୍ୟ କହନ୍ତି ଯେ ପୋଲିସ ତାଙ୍କ ବନ୍ଧୁ ପରିଜନଙ୍କୁ ନୃସିଂହନାଥ ବୁଲିବାକୁ ଆଣିଲେ ମାଓଭୟ ନ ଥାଏ କିନ୍ତୁ ପୋଲିସ ବ୍ୟବସ୍ଥା କଥା ଉଠିଲେ ମାଓବାଦୀ ଭୟ କଥା ଉଠେ କାହିଁକି ବୋଲି ଆଲୋଚନା ହୁଏ ।ଭଗବାନ ଭରସାରେ ଆଇନଶୃଙ୍ଖଳା ଚାଲୁଥିବା ଏହି ପୀଠ ରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇ ନୃସିଂହନାଥ ପର୍ଯ୍ୟଟନ ପୀଠ ରେ ଏକ  ଦିବାରାତ୍ର  ପୋଲିସ ଫାଣ୍ଡି ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରୁଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post