ସଡକ ଦୁର୍ଘଟଣାରେ ପାଞ୍ଚ ଆହତ...

ସଡକ ଦୁର୍ଘଟଣାରେ ପାଞ୍ଚ ଆହତ...


ବରଗଡ଼,୦୭/୦୩ : ବରଗଡ଼ ଜିଲ୍ଲା ବରପାଲି ରେ ଏକ ସଡ଼କ ଦୁର୍ଘଟଣା ରେ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ପଠାଇ ଦିଆଯାଇଛି।

Ad..


ଗୁରୁବାର ଅପରାହ୍ନ ପ୍ରାୟ ୪ ଟା ବେଳେ ବରପାଲି ସୋହେଲା ରାସ୍ତା ଉପରେ ଶିରିଡି ସାଇ ମନ୍ଦିର ନିକଟରେ ଓଡ଼ି ୧୭ ୱର୍ବ୍ଲୁ ୯୩୭୪ ଏକ କାର ବରପାଲି ପଟୁ ସୋହେଲା ରାସ୍ତା ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛ ରେ ଧକ୍କା ଲାଗିବାରୁ ଗାଡ଼ି ରେ ଥିବା ଧାନବସା ଗ୍ରାମ ର ଦିଲ୍ଲୀପ ମେହେର(୪୬), ଗାଡ଼ି ମାଲିକ ଜେକି ଗାଡ଼ି ଚଳାଉ ଥିଲେ ପଞ୍ଚା ମେହେର, ଟାମ୍ପରର୍ଶରା ର ଯାଦବ ମେହେର (୪୦), ଲଲିତ ମେହେର (୪୫), ତୁଳସିଧର ମେହେର (୩୫)  ସମସ୍ତେ ଆହତ ହୋଇଛନ୍ତି । 

ଯାଦବ ମେହେର ଙ୍କ ମୁଣ୍ଡ ରେ ଆଘାତ ଲାଗି ଗୁରୁତର ହୋଇଥିବା ରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନା ପଠାଇ ଦିଆଯାଇଛି। ଏମାନେ ସମସ୍ତେ ବରପାଲି ନିକଟସ୍ଥ କଦଳୀ ପାଲି କୁ ଏକ ବାହା ଘର କାର୍ଯକ୍ରମ ରେ ଯୋଗ ଦେବାପାଇଁ ଆସିଥିଲେ। ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ଜନସାଧାରଣ ଙ୍କ ସହାୟତା ରେ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ



Report : Bijay ku sahu

Edited by k.s thakur...


Post a Comment

Previous Post Next Post