ବରଗଡ଼ ରୋଡ଼ ରେଳଷ୍ଟେସନ ରେ ଲିଫ୍ଟ ଓ ଅନ୍ୟାନ୍ୟ ଅସୁବିଧା ପାଇଁ ଦାବିପତ୍ର...

ବରଗଡ଼ ରୋଡ଼ ରେଳଷ୍ଟେସନ ରେ ଲିଫ୍ଟ ଓ ଅନ୍ୟାନ୍ୟ ଅସୁବିଧା ପାଇଁ ଦାବିପତ୍ର...


ବରଗଡ଼,୧୧/୦୩ : ବରଗଡ଼ ରୋଡ ରେଳଷ୍ଟେସନର ପ୍ଲାଟଫର୍ମ-୨ ର ଲିଫ୍ଟ ଦୀର୍ଘଦିନରୁ ଅଚଳ ଥିବା ଯୋଗୁଁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ରେଳବାଇ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଯଦ୍ଦ୍ୱାରା, ଦିବ୍ୟାଙ୍ଗ, ବୟସ୍କ ତଥା ରୋଗୀମାନଙ୍କ ପାଇଁ ଅନ୍ୟ ପ୍ଲାଟଫର୍ମକୁ ଯିବା କଷ୍ଟକର ହେଉଛି। 

Ad..


ଏହି ସମସ୍ୟାର ସମାଧାନ ପାଇଁ ବରଗଡ଼ ରେଳ ଉପଭୋକ୍ତା ସଂଘ ବାରମ୍ବାର ପତ୍ର ଲେଖି ଜଣାଇବା ସହିତ  DRM ଙ୍କ ସହିତ ଭେଟ ହୋଇ ଏହାର ଶୀଘ୍ର ଉପାୟ କରିବା ପାଇଁ ଅନୁରୋଧ କରିଥିଲା। DRM ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଉକ୍ତ ଲିଫ୍ଟ ଯୋଗାଇଥିବା ଫାର୍ମକୁ କଳାତାଲିକା ଭୁକ୍ତ କରି ନୂତନ ଟେଣ୍ଡର କରାଯାଇଥିବା ସୂଚନା ଦେଇଥିଲେ

     Ad..


କିନ୍ତୁ, ଅନେକ ଦିନ ବିଳମ୍ବ ହେଉଥିବାରୁ ଇତି ମଧ୍ୟରେ ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗଣପତି ହୋଟେଲରେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ପ୍ଲାଟଫର୍ମ-୨ ର ଲିଫ୍ଟ, ନିର୍ମାଣାଧୀନ ଦ୍ଵିତୀୟ ଫୁଟ-ଓଭରବ୍ରିଜରେ ରେମ୍ପ ବ୍ୟବସ୍ଥା ଏବଂ ଭୁବନେଶ୍ୱର-ସୋନପୁର, ଇସ୍ପାତ ଓ ନାଗାବଳୀ ଏକ୍ସପ୍ରେସକୁ ବରଗଡ଼ ରୋଡ ଷ୍ଟେସନରେ ୫ ମିନିଟ ରହଣୀ କରିବା ପାଇଁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀ ପୁରୋହିତ ସଙ୍ଗେସଙ୍ଗେ DRM ଙ୍କୁ ଫୋନ୍ ଲଗାଇ ତଥା ସ୍ପିକର ଅନ୍ କରି ଏହି ତିନି ଦାବି ବିଷୟରେ ଜଣାଇ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। DRM ଏଥିରେ ରାଜି ମଧ୍ୟ ହୋଇଥିଲେ; କିନ୍ତୁ ପରିଣାମ ଶୂନ।

ତେଣୁ, ଆଜି ତା.୧୧/୩/୨୦୨୫ ମଙ୍ଗଳବାର ଦିନ ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧିମଣ୍ଡଳୀ ରେଳଷ୍ଟେସନ ଯାଇ ଷ୍ଟେସନ ମ୍ୟାନେଜରଙ୍କୁ କିଛି ସମୟ ଘେରାଉ କରି DRM ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି ତଥା ଉଚ୍ଚ ଅଧିକାରୀଙ୍କ ସହିତ ଫୋନ୍ ଯୋଗେ କଥାହୋଇ ଲିଫ୍ଟ ଚାଲୁ ନ ହେବା ପର୍ଯ୍ୟନ୍ତ ସମସ୍ତ ଟ୍ରେନକୁ ପ୍ଲାଟଫର୍ମ-୧ କୁ ଆଣିବା ପାଇଁ କହିଛନ୍ତି।

ଏତଦ୍ ବ୍ୟତୀତ, ଦ୍ଵିତୀୟ FOB କୁ RPF ପରେ ବରପାଲି ଦିଗରେ ନିର୍ମାଣ କରାଯିବା ସହିତ ଏଥିରେ ରେମ୍ପ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।

ଆଜିର ପ୍ରତିନିଧିମଣ୍ଡଳୀରେ ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପସଭାପତି ପ୍ରିତମ ସିଂହ ଓ ନିର୍ମଳ କର, ସମ୍ପାଦକ କମଳ ଯୋଶୀ, ଯୁଗ୍ମସମ୍ପାଦକ ମନୋରଞ୍ଜନ ପୂଜାରୀ, ବରିଷ୍ଠ ସଦସ୍ୟ କିଶୋର କୁମାର ରଥ, ଅଚ୍ୟୁତାନନ୍ଦ ବାରିକ, ସତ୍ୟନାରାୟଣ ପଣ୍ଡା, ତୁଳସୀ ଚରଣ ଦାଶ, ଲକି ମିରୱାନି, ଉଦ୍ଧବ ଚରଣ ବେହେରା, ସି.ଏମ.ରାଓ, ହରେକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post