ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ଯିବେ ନବୀନ ପଟ୍ଟନାୟକ...
ଭୁବନେଶ୍ୱର,୧୧/୦୩ : ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ । ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ଯିବେ ନବୀନ ପଟ୍ଟନାୟକ। ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଡିଲିମିଟେସନ ସ୍ଵତନ୍ତ୍ର ବୈଠକ ବସିବାକୁ ଯାଉଛି।
Ad..
ଯାହାକୁ ନେଇ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଉ ନବୀନ ବୈଠକକୁ ସମର୍ଥନ ଜଣାଇଥିବା ଜଣାପଡିଛି। ନବୀନ କହିଛନ୍ତି, ଅନୈତିକ ସୀମା ପୁନଃ ନିର୍ଦ୍ଧାରଣ ବିରୋଧରେ ସେ ସ୍ବର ଉତ୍ତୋଳନ କରିବେ।
Ad..
୨୦୨୬ ମସିହାରେ ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି । କେନ୍ଦ୍ର ସରକାର ସ୍ଵଚ୍ଛତାର ସହ ଏହା କରିବାକୁ ଚାହୁଁ ନାହାନ୍ତି । ତେଣୁ ଏହା ବିରୋଧରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ଯ ଆଲୋଚନା କରିବେ । ଏହି ବୈଠକରେ ୭ରୁ ୮ଟି ରାଜ୍ୟ ଏଥିରେ ସାମିଲ୍ ହେବେ।
Edited by k.s thakur...
Tags:
Bhubaneswar
DMK deligation
ex cm Nabin patnaik
invitation
latest news
latest update
odisha daily current affairs



