ନିର୍ଝରିଣୀ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୨/୦୩ : ରାଣୀପୁର ଝରିଆଲରେ ଅନୁଷ୍ଠିତ ହେଉଥିବା ଶିବରାତ୍ରୀ ଓ ଚୌଷଠୀ ଯୋଗିନୀ ମହୋତ୍ସବ ଅବସରରେ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ଆଲୋଚନା, ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ କରାଯାଇଥିଲା।
Ad..
ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନଷ୍ଠିତ ସଭାରେ ଆଲୋଚକ ଭାବେ ଡ.ସଞ୍ଜୟ ମିଶ୍ର, ଡ.ନାରାୟଣ ମିଶ୍ର, ଲକ୍ଷ୍ମୀଧର ମାଝୀ, ସମ୍ମାନିତ ଅତିଥି ଭାବରେ ଟ୍ରଷ୍ଟ ସଭାପତି ମାଣିକ ଲାଲ ଜୈନ, ମଞ୍ଜେସ ମେହେର,ମିନତୀ ତ୍ରିପାଠୀ,ବୃନ୍ଦାବନ କୁମ୍ଭାର ଯୋଗ ଦେଇଥିଲେ।
ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ ସହିତ ସ୍ୱ।ଗତ ଭାଷଣ, ଜ୍ୟୋତି ପ୍ରକାଶ ଗଡ଼ତ୍ୟା ସଭା ପରିଚାଳନା ଓ ସୁଧାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସାହିତ୍ୟ, ସଂସ୍କୃତି ପ୍ରତି ସମର୍ପିତ ହେତୁ ଡ.ସଞ୍ଜୟ ମିଶ୍ର ଓ ଡ.କପିଳେନ୍ଦ୍ର ଦାସଙ୍କୁ ନିର୍ଝରିଣୀ ତରଫରୁ ମାନପତ୍ର, ଉପଢୌକନ, ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନୁଷ୍ଠାନର ଶିଶୁ କିଶୋର ପତ୍ରିକା ମମତାର ଡୋରି ଓ ନିର୍ଝର ଉନ୍ମୋଚିତ ହୋଇଥିଲା ।ରାଣୀପୁର ଝରିଆଲ ଶୈବପୀଠ ବିଶ୍ୱରେ ମଧ୍ୟ ତାର ସ୍ୱତନ୍ତ୍ରତା ବଜାୟ ରଖଛି ତେଣୁ ଏହା ଅନନ୍ୟ ଶୈବପୀଠ ଅଟେ।ଏହାର ଉନ୍ନତି ସକାଶେ ସରକାରଙ୍କ ଦୃଷ୍ଟିଗୋଚର ହେବା ଆବଶ୍ୟକ ବୋଲି ଉପସ୍ଥିତ ଆଲୋଚକ ମତ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଆବାହକ ଅନୀଲ ତ୍ରିପାଠୀ, କ୍ଷୀରସିନ୍ଧୁ ଭୋଇ,ସହ ସମ୍ପାଦିକା ଅଞ୍ଜଳି ମାଝୀ, ମମତା ପଣ୍ଡା, ସାଧବୀ ସାହୁ,ଗୁଡଲି ସାହୁ,ସସ୍ମିତା ଷଡ଼ଙ୍ଗୀ, ସବିତା ମିଶ୍ର, ବିରଞ୍ଚି ଖର୍ସେଲ,ଗୋପୀନାଥ ସାହୁ ଆଦି ସହଯୋଗ କରିଥିଲେ।
Edited by k.s thakur...


