ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଦଶମ ଶ୍ରେଣୀର ସମାବର୍ତ୍ତନ ଉତ୍ସବ ପାଳିତ...
ପଦ୍ମପୁର,୧୦/୦୩ :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିମାନେ ଦୀପ ପ୍ରଜୂଳନ ପୂର୍ବକ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତରେ କିପରି ନିଜ ଜୀବନକୁ ଗଢି ତୋଳିବେ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ।
Ad..
ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଏହି ବୈଠକରେ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଡ଼ ଦ୍ଵାଦଶ କୁ. ପ୍ରଧାନ,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର,ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର,ପୁରାତନ ଛାତ୍ର ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁ. ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ ।
Ad..
ମମତା ଗୁରୁମା, କଲ୍ୟାଣୀ ଗୁରୁମା,ତରଣୀ ଗୁରୁଜୀ ଭାଇ ଭଉଣୀମାନଙ୍କୁ ଆଶିର୍ବଚନ କରିଥିଲେ। ଏହି ସଭାରେ ଦଶମ ଶ୍ରେଣୀର ଭଉଣୀ ଶୁଭଶ୍ରୀ ବାରିକ, ଅନ୍ୱେଷା ବେହେରା,ବର୍ଷାରାଣୀ ଥନାପତି, ଗୋଲଡି ବେହେରା,ଭାଇ ନିରଞ୍ଜନ ଦୀପ, ଆଂଶିକ ବାରିକ, ସ୍ଵସ୍ତିକ ବିଶି, ଲୋକପାଲ ପ୍ରଧାନ ନିଜ ନିଜର ଅନୁଭୂତି କହିଥିଲେ।
ଏହି ସଭାକୁ ଶ୍ରୀମତୀ କଲ୍ୟାଣୀ ଗୁରୁମା ସଂଯୋଜନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।
Report : Bijay ku sahu
Edited by k.s thakur...



