ରେଳରୋକ ପୂର୍ବରୁ ରାତାରାତି ଚାଷୀଙ୍କୁ ଗିରଫ, ଜିଲ୍ଲାବ୍ୟାପୀ ଚାଷୀ ଙ୍କ ଅସନ୍ତୋଷ...

ରେଳରୋକ ପୂର୍ବରୁ ରାତାରାତି ଚାଷୀଙ୍କୁ ଗିରଫ, ଜିଲ୍ଲାବ୍ୟାପୀ ଚାଷୀ ଙ୍କ ଅସନ୍ତୋଷ...


ବରଗଡ଼,୧୦/୦୩ : ବରଗଡ଼ ଜିଲ୍ଲା ଭେଡେନ କୃଷକ ସଙ୍ଗଠନ ର ଅନେକ ଚାଷୀଙ୍କୁ ରାତାରାତି ଗିରଫ କରି ବରଗଡ଼ ରିଜର୍ଭ ପଡ଼ିଆରେ ଅଟକ ରଖିଲା ଭେଡେନ ପୋଲିସ। ଇନସୁରେନ୍ସ ଏବଂ ଇନପୁଟ ସବସିଟି ଦାବିକୁ ନେଇ ଜିଲ୍ଲା ପ୍ରଶାସନ ସହିତ ବାରମ୍ବାର ଆଲୋଚନା ପରେ ମଧ୍ୟ ଜିଲ୍ଲାପ୍ରଶାସନ ଦେଇଥିବା ପ୍ରତିଶୃତି ଫେଲ ମାରିବା ପରେ ଆଜି ୧୦ ତାରିଖରେ ଭେଡେନ କୃଷକ ସଂଗଠନ  ରେଳରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଵା ବେଳେ ଭେଡେନ ଅଞ୍ଚଳର ଅନେକ ଚାଷୀଙ୍କୁ ପୋଲିସ ରାତିଅଧିଆ ଘରୁ ଉଠାଇ ନେଇ ଅଟକ ରଖିଲା ।

Ad..


ସୂଚନା ଅନୁଯାୟୀ ଗତ ୨୦୨୩ ମସିହାରେ ମେକଜୋମ ବାତ୍ୟାରେ ହଜାର ହଜାର ଚାଷୀଙ୍କ ଫସଲ ଉଜୁଡି ଯାଇଥିଲା।ତେବେ ସରକାରୀ ଆକଳନ ହିସାବରେ ୫୬୦୦୦ ଚାଷୀଙ୍କୁ ରିଲାଏନ୍ସ କ୍ରପ ଇନ୍ସୁରେନ୍ସ କମ୍ପାନୀ ୧୨୮ କୋଟି ଟଙ୍କା କ୍ଷତିପୂରଣ ଦେବାର ଥିଲା।ମାତ୍ର କମ୍ପାନୀ ପକ୍ଷରୁ ୩୯ ହଜାର ଚାଷୀଙ୍କୁ କେବଳ ୨୩ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। 

    Ad..


ଯାହା ଫଳରେ ଭେଡେନ ଅଞ୍ଚଳର ଅନେକ ଚାଷୀ ଫସଲ ବୀମା ପାଇ ପାରିନଥିଲେ।  ସେହିପରି  ଇନପୁଟ ସବସିଟି ପାଇବାରେ ମଧ୍ୟ ବଞ୍ଚିତ ରହିଯାଇଥିଲେ ଭେଡେନ ଅଞ୍ଚଳର ଚାଷୀ । 

ଜିଲ୍ଲାପାଳ ନିଜେ ୪୪ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ୫୮ କୋଟି ଟଙ୍କା ଦିଆଯିବାର ଆକଳନ ରିପୋର୍ଟ ଦେଇଥିବା ବେଳେ ୫୮ କୋଟିରୁ ମାତ୍ର ୪୪ ଲକ୍ଷ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି ।ତେବେ ଉଭୟ ଇନସୁରେନ୍ସ ଏବଂ ଇନପୁଟ ସବସିଟି ପ୍ରଦାନ ଦାବିରେ ଭେଡେନ ଅଞ୍ଚଳର ଚାଷୀ ମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ସହିତ  ଅନେକ ଥର ଆଲୋଚନା କରିଥିଲେ।

ଗତ ୨ ତାରିଖରେ ଭେଡେନ ଠାରେ ପ୍ରଶାସନ ସହିତ ଆଲୋଚନା ହୋଇଥିଲା, ପରେ ଗତ ୫ ତାରିଖରେ ବରଗଡ଼ ରେ ଉପଜିଲ୍ଲାପାଳ, ବିଧାୟକ,  ଏସପି ଏବଂ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା ଏବଂ ୯ ତାରିଖ ସୁଦ୍ଧା ଚାଷୀଙ୍କ ଏହି ସମସ୍ୟାର ସମାଧାନ କରିଦିଆଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେଇଥିଲା ଏବଂ ଚାଷୀ ମାନେ ମଧ୍ୟ ପ୍ରଶାସନକୁ ଚେତାବନୀ ଦେଇଥିଲେ ଯେ ଯଦି ୯ ତାରିଖ ସୁଦ୍ଧା ପ୍ରତିଶୃତି ପୂରଣ କରାନଯାଉଛି ତେବେ ୧୦ ତାରିଖରେ ରେଳରୋକ ଆନ୍ଦୋଳନ କରାଯିବ। 

ଗତକାଲି ୯ ତାରିଖ ସୁଦ୍ଧା ପ୍ରଶାସନ ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହେବାରୁ ଆଜି ୧୦ ତାରିଖରେ ଚାଷୀ ରେଳ ରୋକ ଆନ୍ଦୋଳନ କରିବାକୁ ସଜବାଜ ହେବାରୁ ଗତକାଲି ରାତି ଅଧିଆ ଭେଡେନ ଅଞ୍ଚଳର ଅନେକ ଚାଷୀ ନେତାଙ୍କୁ ପୋଲିସ ରାତିଅଧିଆ ଘରୁ ଉଠାଇ ଆଣି ରେଳ ରୋକ ଆନ୍ଦୋଳନକୁ ଭଣ୍ଡୁର କରିଛି। 

ଚାଷୀ ନେତା ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ବିଜୟ ଲହରିଆ, ଲୁକେଶ୍ୱର ଦାସ ଙ୍କ ସମେତ ଅନେକ ଚାଷୀଙ୍କୁ ପୋଲିସ ଘରୁ ଉଠାଇ ନେଇଥିବା ବେଲେ ବରଗଡ଼ ରେଲୱେ ଷ୍ଟେସନ ରୁ ଭେଡେନ ପର୍ଯ୍ୟନ୍ତ ପୋଲିସ ର ଚାଉଣୀ ଲାଗିରହିଛି। ରେଳ ରୋକ ଆନ୍ଦୋଳନ ଯେପରି ନହେବ ସେନେଇ ଜିଲ୍ଲା ପୋଲିସ ବିଭାଗ ପୁରା ବଳ ଲଗେଇଦେଇଛି।

ତେବେ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କର୍ପୋରେଟ ସେକ୍ଟର କୁ ଅନୁକମ୍ପା ଦେଖାଇ ଚାଷୀଙ୍କୁ ରାତିଅଧିଆ ଘରୁ ଗିରଫ କରି ଆଣି ଅଟକ ରଖିବା ଘଟଣା କୁ ଚାଷୀ ସଙ୍ଗଠନ ମାନେ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ବିରାଟ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post