ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପାଳନ ହେଲା ରଙ୍ଗବତୀ ଦିନ...

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପାଳନ ହେଲା ରଙ୍ଗବତୀ ଦିନ...


ବରଗଡ଼,୧୮/୦୩ : ପଶ୍ଚିମ ଓଡ଼ିଶାର ଏକ ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ହେଉଛି ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ।ଶ୍ରୀ ଆଦିତ୍ୟ କୁମାର ରଥ ଙ୍କ ସଭାପତିତ୍ବ ଓ ରାଜେନ୍ଦ୍ର ମହାନ୍ତି ଙ୍କ ସମ୍ପାଦନରେ ପାଳନ ହେଲା ରଙ୍ଗବତୀ ଦିନ। 

Ad..


ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ ଙ୍କ ଜନ୍ମ ଦିନ କୁ ରଙ୍ଗବତୀ ଦିନ ରୂପେ ପାଳନ କରାଗଲା ସିର୍ଜିନା କାର୍ଯ୍ୟାଳୟ ରେ। ବିଶିଷ୍ଟ ଗାଳ୍ପିକା ତଥା ବକ୍ତା ସୁଶ୍ରୀ ରଞ୍ଜୁ ଲତା ସାହୁ ସମ୍ବଲପୁରୀ ସାହିତ୍ୟ ରେ ମିତ୍ରଭାନୁ ଗୌନ୍ତିଆ ଙ୍କ ଅବଦାନ ତଥା ରଙ୍ଗବତୀ ଦିନ ର ମାହାତ୍ମ୍ୟ କୁ ଅତି ସୁନ୍ଦର୍ ଭାବେ ଆଲୋଚନା କରିଥିଲେ। 

Ad..


ବଶିଷ୍ଠ ସଭ୍ୟ ଶ୍ରୀ ଭୋଜରାଜ ବୁଡେକ ମଧ୍ୟ କବିତା ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ। ଶ୍ରୀ ଆଦିତ୍ୟ କୁମାର ରଥ ମଧ୍ୟ ଗୌନ୍ତିଆ ଙ୍କ ସାହିତ୍ୟ ଏକ କାଳଜୟୀ ସାହିତ୍ୟ ବୋଲି ଉଲ୍ଲେଖ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ସାହୁ ଓ ଶ୍ରୀ ରମେଶ ଗୁରଲା ରଙ୍ଗବତୀ ଗୀତକୁ ଅତି ସୁନ୍ଦର୍ ଭାବେ ଗାନ କରି ଥିଲେ। 

ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଧର ଦାଶ ନବକୃଷ୍ଣ ଦେବତା ଶ୍ରୀ ସୁରେଶ ଚୌହାନ କୁଞ୍ଜ ବିହାରୀ ସରାଫ ସନାତନ ବାରିକ କିଶୋର ପାତ୍ର ପ୍ରମୁଖ କଳାକାର ମାନେ କବିଙ୍କ ସ୍ମୃତି ଚାରଣ କରିଥିଲେ। ଶେଷ ରେ ପ୍ରାକ୍ତନ ଅଧ୍ୟାପକ ବିଦ୍ୟାଧର ଦାଶ ଧନ୍ୟ ବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post