ପୁଣି ଖୋଲିଲା ନବ ଦାସ ଫାଇଲ; ଆରମ୍ଭ ହୋଇଛି ସାନି ତଦନ୍ତ: ପୃଥ୍ବୀରାଜ ହରିଚନ୍ଦନ...

ପୁଣି ଖୋଲିଲା ନବ ଦାସ ଫାଇଲ; ଆରମ୍ଭ ହୋଇଛି ସାନି ତଦନ୍ତ: ପୃଥ୍ବୀରାଜ ହରିଚନ୍ଦନ...


ଭୁବନେଶ୍ୱର,୧୮/୦୩ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ହତ୍ୟା ଘଟଣାରେ ଆରମ୍ଭ ହୋଇଛି ସାନି ତଦନ୍ତ । ଏନେଇ ଆଜି ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇ କହିଛନ୍ତି ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି । ପୂର୍ବ ସରକାର ପରିବାରକୁ ନ୍ୟାୟ ଦେଇପାରିନଥିଲେ । 

Ad..


ଯେଉଁଭଳି ତଦନ୍ତ ହେବା କଥା, ସେହିପରି ତଦନ୍ତ ହୋଇନାହିଁ । ଯାହାଫଳରେ ପରିବାର ଏବେବି ନ୍ୟାୟ ଅପେକ୍ଷାରେ ରହିଛି । ପରିବାରର ସନ୍ଦେହ ଅନୁସାରେ, କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ମୋହନ ମାଝୀଙ୍କ ସରକାର ରାଜ୍ୟବାସୀଙ୍କୁ ଆଶ୍ଵସ୍ତ କରୁଛି, ତଦନ୍ତ ନିରପେକ୍ଷ ଭାବେ କ୍ରିୟାଶୀଳତା ସହ ହେବ ।

Ad..


ଏବେ ନବ ଦାସ ହତ୍ୟାର ସ୍ଵଚ୍ଛ ତଦନ୍ତ କରାଯିବ । ଘଟଣାର ପୁନଃ ତଦନ୍ତ ପାଇଁ ପରିବାର ପକ୍ଷରୁ ଆମ ସରକାରଙ୍କୁ ଲିଖିତ ଭାବେ ଦେଇଥିଲେ ପରିବାର । ତାପରେ ଆଜି ଠାରୁ ତଦନ୍ତ ପକ୍ରିୟା ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଉପରେ ସରକାରଙ୍କ ଯଥେଷ୍ଟ ବିଶ୍ଵାସ ରହିଛି ।

ସୂଚନା ଯୋଗ୍ୟ; ବୟାନ ରେକର୍ଡ ପାଇଁ ମଙ୍ଗଳବାର ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ପୁଅ ବିଶାଳ, ଝିଅ ଦୀପାଳି ଏବଂ ସ୍ତ୍ରୀ ମିନତୀ ଦାସଙ୍କ ପୁଣି ଥରେ ବୟାନ ରେକର୍ଡ କରାଯାଇଛି।



Edited by k.s thakur...





Post a Comment

Previous Post Next Post