ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବରଗଡ଼ ସହର କୁ ଏକ ଶିକ୍ଷା ର ହବ କରିବାରେ ଆଚିଭର ସ୍କୁଲ ଭାଗୀଦାର ହେଉ : ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ...

ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବରଗଡ଼ ସହର କୁ ଏକ ଶିକ୍ଷା ର ହବ କରିବାରେ ଆଚିଭର ସ୍କୁଲ ଭାଗୀଦାର ହେଉ : ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ...


ବରଗଡ଼,୧୭/୦୩ : ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବରଗଡ଼ ସହର କୁ ଏକ ଶିକ୍ଷା ର ହବ କରିବାରେ ଆଚିଭର ସ୍କୁଲ ଭାଗୀଦାର ହେଉ ବୋଲି ଆଜି ସ୍ଥାନୀୟ ନଦୀପଡ଼ା ଠାରେ ଆଚିଭର ସ୍କୁଲ ବିଲ୍ଡିଂ କୁ ଲୋକାର୍ପଣ କରି କହିଛନ୍ତି  ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ। 

Ad..


ଆଜି ସ୍କୁଲ ର ସଭାପତି ବିଭୁଦତ୍ତ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବ ରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଅନ୍ୟ ଜିଲ୍ଲା ପରି ବରଗଡ଼ ସହରରେ ମଧ୍ୟ ଧୀରେ ଧୀରେ ବହୁ ଗୁଡ଼ିଏ ସ୍କୁଲ କଲେଜ ଗଢି ଉଠିଛି, ଫଳରେ ବରଗଡ଼ ମଧ୍ୟ ଶିକ୍ଷା ର ଏକ ହବ ହେବାକୁ ବସିଲାଣି ଏବଂ ଏଥିରେ ଆଗାମୀ ଦିନରେ ଆଚିଭର ସ୍କୁଲ ନିଶ୍ଚିତ ଭାଗିଦାରୀ ରଖିବ ବୋଲି ସେ ଆଶାବ୍ୟକ୍ତ କରିବା ସହ ଅଞ୍ଚଳ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। 

              Ad..


ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ।ବରଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ କହିଥିଲେ ବରଗଡ଼ ରେ ନୂତନ ସ୍କୁଲ ଗୁଡ଼ିକ ଆସିବା ଦ୍ବାରା ଶିକ୍ଷା କ୍ଷେତ୍ରରେ ବରଗଡ଼ ନୂତନ ଅଭିବୃଦ୍ଧି ପରିଲକ୍ଷିତ ହେଉଅଛି। 

ଆଚିଭର ସ୍କୁଲ ନିଜର ଆଭିମୁଖ୍ୟ ରୁ ହିଁ ଜିଲ୍ଲା ରେ ଶିକ୍ଷାର ପ୍ରସାର ରେ ପ୍ରମୁଖ ଭୂମିକା ନିର୍ବାହ କରିବ । ସ୍କୁଲ ସଭାପତି ଶ୍ରୀ ମିଶ୍ର ନିଜ ବକ୍ତବ୍ୟ ରେ ସ୍କୁଲ ର ଆରମ୍ଭ ରୁ ଆଜିଯାଏ ହୋଇଥିବା ସଫଳ ଯାତ୍ରା ଉପରେ କହିଥିଲେ ଯେ ୨୦୧୫ ରେ ସେମରକ ସ୍କୁଲ ମାତ୍ର ଗୋଟିଏ ଛାତ୍ର ରୁ ଆରମ୍ଭ କରି ଆଜି ୬୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ସ୍କୁଲ ରେ ପାଠ ପଢୁଥିବା ବେଳେ, ତାହା ଯେହେତୁ ଦିଲ୍ଲୀ ର ଏକ ଫ୍ରେଞ୍ଚାଇଜି ନେଇ ଆମେ ଆରମ୍ଭ କରିଥିଲୁ ,ଏବେ ଏଚିଭର ସ୍କୁଲ ଏକ ନିଜସ୍ୱ ସ୍କୁଲ ହୋଇଥିବା ବେଳେ ଆମେ ଗତ ବର୍ଷ ଏହା ରାଜ୍ୟ ସରକାର ଙ୍କ ସରକାରୀ ମାନ୍ୟତା ସହ ଆରମ୍ଭ ହୋଇଥିଲା ।

ଆମେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଚଳିତ ବର୍ଷ ଠାରୁ ନାମ ଲେଖା ଆରମ୍ଭ କରିବା ସହ ସମସ୍ତଙ୍କୁ ହଷ୍ଟେଲ ସୁବିଧା ଯୋଗାଇଦେବା , ଚଳିତ ବର୍ଷ ଠାରୁ ସ୍କୁଲ ରେ ପଢୁଥିବା ଆମର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ହଷ୍ଟେଲ ରେ ରହିବା ବ୍ୟବସ୍ଥା କରିବୁ। 

ସେ ଆହୁରି କହିଥିଲେ ବରଗଡ଼ ଜିଲ୍ଲା ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଅମର ଲକ୍ଷ୍ୟ ଓ ସ୍କୁଲ ରେ ଗରୀବ ଛାତ୍ର ଛାତ୍ରୀ, କୃଷକ ଓ ବୁଣାକାର ଙ୍କ ପୁଅ ଝିଅ ତଥା କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ନାମ ଲେଖା ସମୟରେ ସ୍ବତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରି ସମାଜ ପ୍ରତି ସେମାନଙ୍କ ଅବଦାନ କୁ ସମ୍ମାନ ଜଣାଇବୁ। ଏହି ଅବସରରେ ଚେୟାରମେନ ପ୍ରଭାସ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍ସବରେ ସହର ର ବହୁ ବୁଦ୍ଧିଜୀବୀ ଙ୍କ ସହ ଅବିଭାବକ ମାନେ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post