ସୃଷ୍ଟି ଫାଉଣ୍ଡେସନ ତରଫ ରୁ ଚୟନିକା (ରୋହିତ ଦାଶ ଙ୍କ ନିର୍ବାଚିତ କବିତା ) ପୁସ୍ତକ ଉନ୍ମୋଚିତ...

ସୃଷ୍ଟି ଫାଉଣ୍ଡେସନ ତରଫ ରୁ ଚୟନିକା (ରୋହିତ ଦାଶ ଙ୍କ  ନିର୍ବାଚିତ କବିତା ) ପୁସ୍ତକ ଉନ୍ମୋଚିତ...


ବରଗଡ଼,୧୭/୦୩ : ସ୍ଥାନୀୟ ହୋଟେଲ ଗଣପତି ଠାରେ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣା ଙ୍କ ଦ୍ୱାରା ସମ୍ପାଦିତ କବି ରୋହିତ ଦାଶ ଙ୍କ ନିର୍ବାଚିତ କବିତା ସଂକଳନ "ଚୟନିକା "ଉନ୍ମୋଚିତ ହୋଇ ଯାଇଛି.ସଭା ଆରମ୍ଭରୁ ଦିବଂଗତ ବିଶିଷ୍ଟ କବି ରମାକାନ୍ତ ରଥ ଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା।

Ad..


ସୃଷ୍ଟି ଫାଉଣ୍ଡେସନ ର ଅଧ୍ୟକ୍ଷା ଜିତାରାଣୀ ଦାଶ ସ୍ୱାଗତ ସମ୍ଭାଷଣ ଦେଇଥିଲେ.ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନିତ କରା ଯାଇଥିଲା. ଅତିଥି ମାନେ ଚୟନିକା ପୁସ୍ତକ କୁ ଉନ୍ମୋଚନ କରିଥିଲେ।

Ad..


ରୋହିତ ଦାଶ ଙ୍କ ରଚିତ ଏକ ଗୀତ କୁ ସଂଗୀତ ରୂପ ଦେଇଥିଲେ କଣ୍ଠ ଶିଳ୍ପୀ ଅଶୋକ ପଶାୟତ,ଆଲୋଚକ ଭାବେ କବି ଓ ଗାଳ୍ପିକ ଡ଼ ଅଶୋକ ମହାପାତ୍ର ଯୋଗ ଦେଇ କବିତା ସଂକଳନ ର ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ରୋହିତ ଦାଶ ଙ୍କ କାବ୍ୟ ଯାତ୍ରା ର ଦୃଷ୍ଟି ଓ ଦିଗନ୍ତ ଉପରେ ଆଲୋକପାତ କରି କହିଥିଲେ ରୋହିତ ଦାଶ ଙ୍କ କବିତା ସରଳ, ବୋଧଗମ୍ୟ ହେଲେ ବି ଖୁବ ଭାବ ଗମ୍ଭୀର।

କବି ଶ୍ରୀ ଦାଶ ତାଙ୍କ ଦୀର୍ଘ କାବ୍ୟ ଯାତ୍ରା ସମ୍ପର୍କ ରେ ରମାକାନ୍ତ ରଥ ଙ୍କ ଉକ୍ତି କୁ ଉଦ୍ଧାର କରି  କହିଥିଲେ ସେ କବି ନୁହନ୍ତି, କବି ହେବା ଓ କବିତା ଲେଖିବା ସମାନ କଥା ନୁହେଁ।ସୌଭାଗ୍ୟବନ୍ତ ମହାରଣା ଶ୍ରୀ ରୋହିତ ଦାଶ ଙ୍କ କବିତା ର ବିଭିନ୍ନ ଦିଗ କୁ ଉନ୍ମୋଚିତ କରି କହିଥିଲେ ରୋହିତ ଦାଶ ଙ୍କ କବିତା ସବୁ ରେ କାଳଜୟୀ ହେବାର ସମସ୍ତ ଗୁଣ ରହିଛି। 

ତାଙ୍କ କବିତା ମାଟିର କଥା କହେ ଓ ସମସାମୟିକ ଘଟଣା ସବୁ କୁ ରୂପ ଦିଏ. ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଲୋଚକ ଡ଼ ରଘୁନାଥ ମେହେର ରୋହିତ ଦାଶ ଙ୍କ ଶବ୍ଦ ସଂଯୋଜନା ଓ ଭାବ ଗାମ୍ଭୀର୍ୟତା ର ଭୁୟସୀ ପ୍ରଶଂସା କରିଥିଲେ.ରୋହିତ ଦାଶ ଙ୍କ କବିତା ର ସାମାଜିକ ବାସ୍ତବବାଦ ର ସ୍ୱର ଉପରେ ସେ ଆଲୋକପାତ କରିଥିଲେ।

ଦୁର୍ବୋଧ୍ୟ କବିତା କୁ ସେ ତୀବ୍ର ସମାଲୋଚନା କରି ରୋହିତ ଦାଶ ଙ୍କୁ ଶବ୍ଦ ର ସମ୍ରାଟ ବୋଲି ଅଭିହିତ କରିଥିଲେ.କବି ଆଲୋକ ଦାଶ, ଅନୁଵାଦକ ସୁକୋମଲ ଦାଶ ଓ କବି ଙ୍କ ପୁଅ ଗୀତିକାର ପ୍ରସିମ ସ୍ୱରୂପ ଉନ୍ମୋଚିତ କବିତା ରୁ କବିତା ପାଠ କରିଥିଲେ।ସଭା କୁ ଶେଷ ସ୍ପର୍ଶ ଦେଇଥିଲେ ଅଧ୍ୟାପକ ମନୋରଞ୍ଜନ ପାଣିଗ୍ରାହୀ।ଗାଳ୍ପିକା ସାଗରୀକା ପାଣିଗ୍ରାହୀ ଙ୍କ ସୁସଂଯୋଜନା ରେ ସଭା ଟି ସୁଚାରୁ ରୂପେ ସମ୍ପର୍ଣ୍ଣ ହୋଇଥିଲା।

କବି ଦିବ୍ୟ ଦେବତା, ମନୋରଞ୍ଜନ ସାହୁ, ଅଞ୍ଜଳି ମହତ୍ତମ, ନବ ମହତ୍ତମ, ଦାମୋଦର ସାହୁ,ପଞ୍ଚାନନ ବାରିକ,ବିଶ୍ୱନାଥ ସାହୁ, ବିଜୟ ପ୍ରଧାନ, ପ୍ରଦେଶୀ ବାରିକ, ଉମେଶ ପଧାନ, ଉମେଶ ବିଶ୍ୱାଳ, ଦୁଃଖିସେବକ ସାହୁ, କମଳିନୀ ଦେବୀ, କବିତା ଦେବତା,ଡ଼ ଭଗବତି କର, ସୁପ୍ରଭା ସାମଲ, ଭୂମିସୁତା ସାହୁ, ଅଞ୍ଜନା ଚାନ୍ଦ ପ୍ରିତମ ସିଂ, ବାଲାଜୀ ତରସିଆ, ଉଦ୍ଧବ ପାତ୍ର, ତରଣୀ ଗୁରୁ, ତରଣୀ ବୁଧିଆ, ଦୟାନିଧି ମହାପାତ୍ର, ରାବି ସାହୁ ପ୍ରମୁଖ ବରଗଡ଼ ତଥା ଆଖ ପାଖ ଅଂଚଳ ର ଅନେକ କବି ଓ ବୁଦ୍ଧିଜୀବୀ ସଭାରେ ଯୋଗ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post