ଅଞ୍ଚଳ ମହାବିଦ୍ୟାଳୟରେ ଇଂଲିଶ ସୋସାଇଟୀ ର ବାର୍ଷିକ ଉତ୍ସବ ପାଳିତ...
ପଦ୍ମପୁର,୨୪/୦୩ : ଅଂଚଳ ମହାବିଦ୍ୟାଳୟରେ ଇଂଲିଶ ସୋସାଇଟୀ ର ବାର୍ଷିକ ଉତ୍ସବ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପ୍ରଫେସର ଶ୍ରୀ ଗୌରଚନ୍ଦ୍ର ପାଣିଗ୍ରାହୀ,ପ୍ରଫେସର ସୁରେନ୍ଦ୍ର ପ୍ରସାଦ ପଣ୍ଡା ଓ ପ୍ରଫେସର ଶ୍ରୀ ଦଶରଥ ପାତ୍ର ଯଥାକ୍ରମେ ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରିଥିଲେ ଓ ଶ୍ରୀ ଖଗେଶ୍ୱର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ପ୍ରୋ. ପାଣିଗ୍ରାହୀ କହିଲେ ଯେ ଆଜିର ସାମାଜିକ ଗଣମାଧ୍ୟମ ଓ କୁତ୍ରିମ ବୁଦ୍ଧିମତ୍ତା ଯୁଗରେ ସତ୍ୟର ବହୁଳ ବିକୃତି କରଣ ହେଉଛି ଏବଂ ଆଧୁନିକ ସାହିତ୍ୟ ପାଇଁ ଏହା ଏକ ବଡ ଆହ୍ୱାନ।
Ad..
ମୁଖ୍ୟ ଅତିଥି ପ୍ରୋ. ପଣ୍ଡା ଭାରତୀୟ ଜୀବନ ଦର୍ଶନ ଓ ଭାଗବତ ଗୀତାର ଆଧାରରେ ନିଜର ପ୍ରକୃତ ସ୍ୱରୂପ କୁ ଜାଣି ଜୀବନର ସଂକୀର୍ଣ୍ଣ ପରିଧିରୁ ମୁକ୍ତ ହେବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ପ୍ରୋ ପାତ୍ର ବର୍ତ୍ତମାନ ପିଢ଼ି ର ଛାତ୍ରଛାତ୍ରୀ ମାନଙ୍କର ଇଂରାଜୀ ଭାଷା ତଥା ବ୍ୟାକାରଣ ଜ୍ଞାନର ଦୁର୍ବଳତା ଉପରେ କ୍ଷୋଭ ପ୍ରକାଶ କରଥିଲେ।
ଏହି ଉତ୍ସବର ସୁପରିଚାଳନାରେ ଅଧ୍ୟାପକ ଶ୍ରୀ ତୋଶବନ୍ତ ବାରିକ ଓ ଅଧ୍ୟାପକ ସମୀର ନାଗ ସହଯୋଗ କରିଥିଲେ। ଉତ୍ସବର ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଅଧ୍ୟାପକ ଡ଼ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



