ସ୍ମଶାନ ବନ୍ଧୁ ସଂଘମିତ୍ରା ଗ୍ରୁପ ଙ୍କ ଦ୍ୱାରା ଦୁଇଟି ଶବ ଦାହ...

ସ୍ମଶାନ ବନ୍ଧୁ ସଂଘମିତ୍ରା ଗ୍ରୁପ ଙ୍କ ଦ୍ୱାରା ଦୁଇଟି ଶବ ଦାହ...



ବରଗଡ,୨୪/୩ :  ବରଗଡ ଜିଲ୍ଲାର ସଂଘମିତ୍ରା ଗ୍ରୁପ  ଦୁଇଟି ଶବ ଦାହ କରିଛନ୍ତି। ସୂଚନା ଥାଉ କି ବିଜେପୁର ଥାନା ରୁ ୧୮ ତାରିଖ ରାତି ୧୦ ଟା ସମୟରେ ସ୍ମଶାନ ବନ୍ଧୁ ସଂଘମିତ୍ରା ଙ୍କୁ ଫୋନ କଲ୍ ଆସିଥିଲା। 

           Ad..


ବିଜେପୁର ଅଧିନସ୍ଥ ମାଝିପାଲି ଗ୍ରାମ ରେ ଏକ ଅଜଣା ବ୍ୟକ୍ତି ଙ୍କ ଅର୍ଦ୍ଧ ନଗ୍ନ ଭାବରେ ମୃତ ଶରୀର ପଡ଼ି ରହିଥିଲା। ଉକ୍ତ ଗ୍ରାମର ଜଣେ ଯୁବକ ଏହି ବିଷୟରେ ଥାନା କୁ ଜଣାଇଥିଲେ।ବିଜେପୁର ଥାନା ରୁ ପୋଲିସ ଷ୍ଟାଫ୍ ଆସି ଶବ କୁ ଉଦ୍ଧାର କରି ତଦନ୍ତ ଚଳାଇଥଲେ ମାତ୍ର ସେହି ଶବ ର କୌଣସି ଠିକଣା ନ ମିଳିବାରୁ କେସ ନଂ ୫/୨୫ ରେ ମାମଲା ରୁଜୁ କରି ବରଗଡ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଚ୍ଛେଦ କରି ଶବ ଗୃହ ରେ ରଖିଥିଲେ।

     Ad..


ଦୀର୍ଘ ୯୬ ଘଣ୍ଟା ପରେ ଉକ୍ତ ଶବ ର କୌଣସି ସମ୍ପର୍କୀୟ ନ ଆସିବାରୁ ସଂଘମିତ୍ରା ଓ ତାଙ୍କର ଗ୍ରୁପ କୁ ଯୋଗାଯୋଗ କରି ଏ ଏସ ଆଇ ଭଗତ ବେହେରା ବରଗଡ ଖେଦାପାଲି  ରେ ସେହି ଶବ କୁ ଦାହ କରିବା ପାଇଁ ସାହାଯ୍ୟ ମାଗିଥିଲେ। ସଂଘମିତ୍ରା ଗ୍ରୁପ ର ସଦସ୍ୟ ଉମେଶ ଡୁଙ୍ଗୁରି, କରଣ ପଟେଲ, ଦୁଷ୍ମନ୍ତ ନାଏକ, ତରଣୀ ସାହୁ ଓ ନିଜେ ସଂଘମିତ୍ରା ପଟେଲ ଶବ ଦାହ କରିଥିଲେ। 

ଏହି ସମୟରେ ଆଉ ଗୋଟିଏ ଫୋନ୍ କଲ୍ ସଂଘମିତ୍ରା ଙ୍କ ପାଖକୁ ଆସିଥିଲା। ସୂଚନା ମତେ ବରଗଡ ବରମଚାରି ପାଖ ଚାରି ଥାକିଆ ରାସ୍ତା ରେ ପାରି ହେଉଥିବା ସମୟରେ ( ୩୦ )ବର୍ଷୀୟ ଯୁବକ ସଞ୍ଜୟ ଦାସ ଙ୍କୁ ଏକ ଅଜଣା ଟ୍ରକ ଦୁର୍ଘଟଣା ଘଟାଇ ଚାଲିଯାଇଥିଲା।ଘଟଣା ସ୍ଥଳ ରେ ତାଙ୍କର ଜୀବନ ଚାଲିଯାଇଥିଲା।

ମୃତ ସଞ୍ଜୟ ଦାସ ଦେବେନ୍ଦ୍ର ନାଗ ଙ୍କ ଜଳଖିଆ ଦୋକାନ ରେ ମିସ୍ତ୍ରୀ ଭାବେ କାମ କରି ଆସୁଥିଲେ। ତାଙ୍କର ମଧ୍ୟ କୌଣସି ସମ୍ପର୍କୀୟ ନ ଥିବାରୁ ଦୋକାନ ମାଲିକ ଦେବେନ୍ଦ୍ର ସଂଘମିତ୍ରା ଙ୍କୁ ଯୋଗାଯୋଗ କରି ଶବ ଦାହ ପାଇଁ ସାହାଯ୍ୟ ମାଗିଥିଲେ। ସଂଘମିତ୍ରା ଓ ତାଙ୍କର ଗ୍ରୁପ ସଙ୍ଗେ ସଙ୍ଗେ କାଠ ଯୋଗାଡ଼ କରି ଦୁଇଟି ଯାକ ଶବ କୁ ଦାହ କରିଥିଲେ। 

ସ୍ମଶାନ ବନ୍ଧୁ ସଂଘମିତ୍ରା ଗ୍ରୁପ ର ଏହାକୁ ମିଶାଇ ୨୬ ଟି ଶବ ଦାହ କରିସାରିଲେଣି। ତେଣୁ ବୁଦ୍ଧିଜୀବୀ ମହଳ ରେ ଏହି ଗ୍ରୁପ କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post