ବରଗଡ଼ ରେ ଶ୍ୟାମ ଫଗୁଣ ଉତ୍ସବ...

ବରଗଡ଼ ରେ ଶ୍ୟାମ ଫଗୁଣ ଉତ୍ସବ...


ବରଗଡ଼ ,୦୭/୦୩ : ଆସନ୍ତା ୦୯ ତାରିଖ ଦିନ ଶ୍ରୀ ଶ୍ୟାମ ମହାପ୍ରଭୁଙ୍କ ଫଗୁଣ ଉତ୍ସବ ଅନୁଷ୍ଠିତ ହେବ।ବରଗଡ଼ ଜୀରା ନଦୀ ନିକଟସ୍ଥ ଅଲେଖ୍ୟା ମନ୍ଦିର ସମ୍ମୁଖସ୍ଥ ଗୋବର୍ଦ୍ଧନ ବଗିଚାରେ ଶ୍ରୀ ଶ୍ୟାମ ପ୍ରଭୁ ଙ୍କ ଫଗୁଣ ଉତ୍ସବ ଅନୁଷ୍ଠିତ ହେବ  ଯେଉଁଥିରେ ସଂଧ୍ୟା ସାତଟା ରେ ଭଟଲି ନରେଶ ବାବା ଶ୍ୟାମ ପ୍ରଭୁ ଙ୍କ ଆଲୌକିକ ସିଙ୍ଗାର, ଛପନ ଭୋଗ, ଅଖଣ୍ଡ ଜ୍ୟୋତି ପ୍ରଜ୍ବଳିତ ପୂର୍ବକ ଭାରତର ସୁପ୍ରସିଦ୍ଧ ଭଜନ ଗାୟକ ରାମ ଶ୍ୟାମ ବରେଳି (ଉତ୍ତରପ୍ରଦେଶ) ଓ କୋଲକାତା ର ଖୁସବୁ ଲତା, ସମ୍ବଲପୁର ର ସୁରେଶ ମୁନ୍ଦଳା ପ୍ରମୁଖ ଉପସ୍ଥିତ ରହି ଭଜନ ପରିବେଷଣ କରିବ।

Ad..


ଶ୍ରୀ ଶ୍ୟାମ ପରିବାର ର ସଭାପତି ଶ୍ରୀ କିଶନ ଲାଲ ଅଗ୍ରୱାଲ ଜଣାଇଛନ୍ତି ଯେ ଫଗୁଣ ଉତ୍ସବ ଦିନକ ପୂର୍ବରୁ ଏହି ଉତ୍ସବ ବରଗଡ଼ ରେ ପାଳନ କରାଯାଏ ଏବଂ ଏକାଦଶୀ ଦିନ ଭଟଲି ଶ୍ୟାମଧାମରେ ହୋଲି ପୂର୍ବରୁ ହୋଲି ରଙ୍ଗ ଉତ୍ସବ ପାଳନ କରି ଫଗୁଣ ଉତ୍ସବ ପାଳିତ ହୋଇଥାଏ।

୧୦ ମାର୍ଚ୍ଚ ଏକାଦଶୀ ଦିନ ଭୋର ୦୩ ଟା ସମୟରେ ହଜାର ହଜାର ସଂଖ୍ୟାରେ ବରଗଡ଼ ତଥା ବରଗଡ଼ ବାହାରୁ ଏପରି କି ଭାରତ ର ବିଭିନ୍ନ ପ୍ରାନ୍ତରରୁ ଭକ୍ତ ମାନେ ଆସି ବରଗଡ଼ ଗୋବର୍ଦ୍ଧନ ବଗିଚା ରୁ  ଭକ୍ତ ମାନେ ୧୭ କିଲୋମିଟର ପଦଯାତ୍ରା କରିଥାନ୍ତି।

 ଏବଂ ଭଟଲି ରେ ଶ୍ରୀ ଶ୍ୟାମଧାମ ପକ୍ଷରୁ ଭକ୍ତ ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ଏକାଦଶୀ ଉତ୍ସବ ପାଳନ କରାଯାଇଥାଏ।ଏହି କାର୍ଯ୍ୟକ୍ରମରେ ଅଧିକ ରୁ ଅଧିକ ଭକ୍ତ ମାନେ ଯୋଗଦାନ କରିବାକୁ ମନ୍ଦିର କମିଟି ସଭାପତି ଶ୍ରୀ ପୁରନ ଶର୍ମା ଏବଂ ଅଭିଷେକ ଅଗ୍ରୱାଲ ଅନୁରୋଧ କରିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post