"ଦିବ୍ୟାସା" ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ...

"ଦିବ୍ୟାସା" ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ...


ବରଗଡ଼,୦୭/୦୩ :  ଭଟଲି ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସରକଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଟିକେଶ୍ୱରୀ ଭୁଏ ଙ୍କ ଦ୍ୱାରା ନିର୍ମିତ "ସ୍ମାର୍ଟ ଅରଟ ଯନ୍ତ୍ର" ଯାହା ଜାତୀୟ ସ୍ତରରେ ବହୁ ଆକର୍ଷିତ କରିଛି । 

Ad..


ବରଗଡ ଜିଲା ଭଟଲି ଥାନା ଅନ୍ତର୍ଗତ କେଶାଇପାଲି ଗ୍ରାମର ବିକ୍ରମ ପଧାନ ଓ ଆଲ୍ଲାଦିନୀଙ୍କ ଝିଅ ଦିବ୍ୟାସା ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଦିବ୍ୟାସାଙ୍କ ପ୍ରକଳ୍ପ ମଲ୍ଟି ପ୍ରପୋଜ କ୍ୟାରିୟର ଇନ ଟୁ ହୁଇଲର ତବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। 

ସେ ତାଙ୍କ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ସମୟରେ ସେହି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଗୋଟିଏ ଛୋଟ ଗାଁରୁ ଜାପାନ ଭଳି ଦେଶରେ ଭାଗ ନେବାର ସୁଯୋଗ ପାଇ ଥିବାରୁ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ଦିବ୍ୟାସା ବର୍ତ୍ତମାନ ଟ୍ରଷ୍ଟ ଫଣ୍ଡ ହାଇଅର୍‌ ସେକେଣ୍ଡାରୀ ସ୍କଲ, ବରଗଡରେ ଦ୍ୱାଦଶ ଶ୍ରେଣୀ ପ୍ରଥମ ବର୍ଷର ଛାତ୍ରୀ। 

ଏହି ନବମ ଶ୍ରେଣୀର ଛାତ୍ରୀ ଜାପାନର ସାକୁରା ସାଇନ୍ସ ଉଚ୍ଚ ବିଦ୍ୟାଳୟରେ ବୈଜ୍ଞାନିକ ମେଳାରେ ଅଂଶ ଗ୍ରହଣ କରିବେ ଏହା ମୋର ନିର୍ବାଚନ ମଣ୍ଡଳୀ ପାଇଁ ନୁହେଁ ସାମଗ୍ର ଓଡ଼ିଶା ପାଇଁ ଗୋଟିଏ ଗୌରବର ବିଷୟ ବୋଲି କହିଛନ୍ତି ଭଟଲି ର ଲୋକପ୍ରିୟ ବିଧାୟକ ଇରାସିସ ଆଚାର୍ଯ୍ୟ। ସେ ଉକ୍ତ ବିଷୟରେ ଜାଣିବା ପରେ ସ୍କୁଲ ରେ ପହଞ୍ଚି କୃତଜ୍ଞତା ଜଣାଇବା ସହ ସଫଳତା କାମନା କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post