ଚାଷୀ ଙ୍କୁ ବିଜୁଳି ବିଲ ଅସୁଲି ନାମରେ ମାରପିଟ ଘଟଣା, ଗୁରୁତର ଅବସ୍ଥାରେ ଚାଷୀ ଈଶାନ୍ତ ଭୋଇ ବୁର୍ଲା ସ୍ଥାନାନ୍ତର...

ଚାଷୀ ଙ୍କୁ ବିଜୁଳି ବିଲ ଅସୁଲି ନାମରେ ମାରପିଟ ଘଟଣା, ଗୁରୁତର ଅବସ୍ଥାରେ ଚାଷୀ ଈଶାନ୍ତ ଭୋଇ ବୁର୍ଲା ସ୍ଥାନାନ୍ତର...


ବରଗଡ଼,୨୧/୦୩ :- ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ  ଜରିମୂଲି ଗ୍ରାମରେ ଅପରାହ୍ନ ୧ଟା ସମୟରେ ସୌଦାଗର କୁଅଁର ଙ୍କ ଘରକୁ ବିଜୁଳି ବିଲ ଅସୁଲି କରିବାକୁ ଯାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଓ ଜାତିଆଣ ଆକ୍ଷେପ ନେଇ ଅମ୍ବାଭୋନା ଥାନାରେ ଏତଲା ଦାଏର ହୋଇଛି। 

         Ad..


ଅସହ୍ୟ ଗରମ ସାଙ୍ଗକୁ ଗୁଲଗୁଲି ହେଉଥିବା ବେଲେ ବାରମ୍ବାର ବିଜୁଲି କାଟ ଓ ବିଜୁଳି ବିଲ ଅସୁଲି ନାମରେ ମାରପିଟ ଘଟଣାକୁ ନେଇ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି।ରାଜ୍ଯ ସରକାର ଗୋଟିଏ ପଟେ ଅଘୋଷିତ ବିଦ୍ୟୁତ କାଟ ଓ ଉପଭୋକ୍ତାଙ୍କ ବିଜୁଲି କାଟ ନେଇ ରୋକ ଲଗାଇଥିବା ବେଳେ ଭୁକ୍ତା ଗ୍ରୀଡ ସେକସନ ଅଧିକାରୀ କିଛି ବିଜୁଲି ବିଲ ଅସୁଲିକାରୀ ଙ୍କୁ ନେଇ ଅଂଚଳରେ ଗୁଣ୍ଡାରାଜ ଚଳାଇଥିବା ନେଇ ବରଗଡ଼ ଜିଲ୍ଲା ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଉଦବେଗ ପ୍ରକାଶ କରିଛନ୍ତି।

    Ad..


ଚାଷୀ ଓ ଚାଷୀନେତା ମାନଙ୍କୁ ଆକ୍ରମଣ ଘଟଣା ପ୍ରଘଟ ହେବା ପରେ ଶହ ଶହ ସଂଖ୍ୟାରେ ଚାଷୀମାନେ ଅମ୍ବାଭୋନା ଥାନାର ଦ୍ୱାରସ୍ଥ ହୋଇ ସଂପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ। ପରେ ଈଶାନ୍ତ ଭୋଇ କୁ ଡାକ୍ତରୀ ମଇନା ପାଇଁ ଭୁକ୍ତା ହସ୍ପିଟାଲ ପଟାଯାଇଥିଲା ଓ ପରବର୍ତୀ ସମୟରେ ଭୁକ୍ତାରୁ ବରଗଡ଼ ନେବା ପାଇଁ ଡାକ୍ତର କହିଥିବା ବେଳେ ଆଜି ଚାଷୀ ଈଶାନ୍ତ ଭୋଇଙ୍କ ସ୍ୱାସ୍ଥ୍ୟବସ୍ତା ଅତ୍ୟନ୍ତ ଶଙ୍କଟାପନ୍ନ ହେବାରୁ ବରଗରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। 

ଈଶାନ୍ତଙ୍କ ମୁଣ୍ଡ, ଛାତି, ନାକ ଓ ପିଠିରେ ଗଭୀର ଆଘାତ ଲାଗିବା ସହିତ କ୍ଷ୍ୟତ ଚି଼ହ୍ନ ରହିଅଛି ଆଜି ଶନିବାର ତାଙ୍କର ଛାତିରେ ଯନ୍ତ୍ରଣା ଅସହ୍ୟ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ କାର୍ଯ୍ୟରତ ଡାକ୍ତର ଭୀମସାର ବୁର୍ଲାକୁ ରେଫର କରିଥିଲେ। ତେବେ ଖବର ପାଇ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୌଦାଗର କୁଆଁର ଙ୍କ ଅନେକ ଚାଷୀ ନେତା ଚିକିତ୍ସାଲୟ ପହଁଞ୍ଚି ଥିଲେ ଓ 108 ଆମ୍ବୁଲାନ୍ସ ସାହାଯ୍ୟରେ ଆହତ ଚାଷୀ ଈଶାନ୍ତ ଭୋଇଙ୍କୁ ଭୀମସାର ବୁର୍ଲା ନେଇଥିଲେ।

ଉକ୍ତ ଘଟଣାକୁ ନେଇକି ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନ ଯୋରଜାର ହେବା ନେଇ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏନେଇ ଚାଷୀ ନେତା ସୁଶେଷ ନିକେଣ୍ଟି ଏସ ପି କୁ ମଧ୍ୟ ଦାବିପତ୍ର ଦେଇଛନ୍ତି ଏବଂ ତୁରନ୍ତ ନ୍ୟାୟ ନ ମିଳିଲେ ବିରାଟ ଧରଣ ର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post