ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସ୍ଥାପନା ଦିବସ ପାଇଁ ପ୍ରସ୍ତୁତି ବୈଠକ...
ବରଗଡ଼,୩୦/୦୩ : ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସ୍ଥାପନା ଦିବସ ପାଇଁ ପ୍ରଫେସର ଟହଲୁ ସାହୁ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
Ad..
ଆସନ୍ତା ଏପ୍ରିଲ ୧୩ ତାରିଖ ରବିବାର ଦିନ ସୁନ୍ଦରଗଡ଼ ରେ ହେବାକୁ ଥିବା ମହାସଂଘ ର ସ୍ଥାପନା ଦିବସରେ ପଶ୍ଚିମ ଓଡ଼ିଶାର ସମସ୍ତ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା ଯୋଗଦେଇ ସ୍ଥାପନା ଦିବସ କୁ ସ୍ମରଣୀୟ କରାଯିବ ବୋଲି ସଦସ୍ୟ ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଏହା ବ୍ୟତୀତ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଭୁବନେଶ୍ୱର ପ୍ରଧାନ ଙ୍କୁ ସ୍ଥାପନା ଦିବସ ରେ ସମ୍ବର୍ଦ୍ଧିତ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ! ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ପରିଚୟପତ୍ର ପ୍ରଦାନରେ ବିଳମ୍ବ କରାଯାଉଥିବାରୁ ଦକ୍ଷିଣାଞ୍ଚଳ ଡି.ଆଇ.ଜି ଓ ଆର୍.ଡି. ସି. ଙ୍କୁ ମହାସଂଘ ଉପସଭାପତି ସାନ୍ ବର୍ଷା ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଦେଖା କରିବାକୁ ଯାଇ ଦାବି ଉପସ୍ଥାପନ କରିବେ।
ଆୟୁଷ୍ମାନ ଯୋଜନାରେ ଅଧିକ ରୁ ଅଧିକ ବରିଷ୍ଠ ନାଗରିକଙ୍କ ନାମ ପଞ୍ଜୀକୃତ ହୋଇପାରିବ ସେ ଦିଗରେ ମହାସଂଘ ଧ୍ୟାନ ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଜିର ପ୍ରସ୍ତୁତି ବୈଠକରେ ମହାସଂଘ ର ସଂଗଠନ ସଂପାଦକ ନାରାୟଣ ନାଏକ,ସଂପାଦକ ପ୍ରହଲ୍ଲାଦ ମହାପାତ୍ର, ଜିଲ୍ଲା ସଭାପତି ପ୍ରମୋଦ ଝାଙ୍କର, ଉପଦେଷ୍ଟା ଅମୂଲ୍ୟ ପତି, ସଂଗଠନ ସଂପାଦକ କେଦାର ମିଶ୍ର, ଜିଲ୍ଲା ସଂପାଦକ ଗୋବିନ୍ଦ ଦାଶ, କୋଷାଧ୍ୟକ୍ଷ ପ୍ରଶନ୍ନ ପ୍ରଧାନ, ଉପଦେଷ୍ଟା ସୁଶୀଲ ମହାପାତ୍ର, ଦେବୀ ପଟ୍ଟନାୟକ, ପ୍ରଦୀପ ସାହୁ, ଏବଂ ପଶ୍ଚିମ ଓଡ଼ିଶାର ସମସ୍ତ ବରିଷ୍ଠ ନାଗରିକ ସଂଘର ନେତୃମଣ୍ଡଳୀ ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ।ଶେଷରେ ଜିଲ୍ଲା ଉପସଭାପତି ନିର୍ମଳ କିଶୋର କର ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



Abhinandan
ReplyDelete