ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଏଫ୍. ଏଲ ଏନ ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ଉପକରଣ ପ୍ରଦର୍ଶନୀ...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଏଫ୍. ଏଲ ଏନ ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ଉପକରଣ ପ୍ରଦର୍ଶନୀ...


ବରଗଡ଼,୧୩/୦୩ : ବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ବୁଧବାର ମୌଳିକ ସାକ୍ଷରତା  ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ଉପକରଣ ପ୍ରଦର୍ଶନୀ ୨୦୨୫ ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ଉପରେ ଆଧାରିତ ୧୨୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

Ad..


ଡି ଆଇ ଇ ଟି ଅଧ୍ୟକ୍ଷ ରଜନୀକାନ୍ତ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଉଦ୍ଘାଟନୀ ସମାରୋହ କୁ ଏସସିଇଆରଟି ପୂର୍ବତନ ଉପ ନିର୍ଦ୍ଦେଶକ ରବି ନାରାୟଣ ବଘାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଫ୍ ଏଲ ଏନ୍ ଶିକ୍ଷଣ ଉପକରଣ ପ୍ରଦର୍ଶନୀ ର  ଶୁଭ ଉଦ୍ଘାଟନ କରି  ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। 

     Ad..


ଏହି ଅବସର ରେ ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ର ପ୍ରଶଂସା କରିବା ସହ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମୌଳିକ ଶିକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଉଲ୍ଲେଖ କରିଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ  ସୁନ୍ଦରଗଡ଼ ଡି ଆଇ ଇଟି ଅଧ୍ୟକ୍ଷ ଶିବ ଶଙ୍କର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ଉପକରଣ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସୀମାଞ୍ଜଳି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।  

ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ପ୍ରଶିକ୍ଷକ ଜନକ ସେଟ୍ ସସ୍ମିତା ସାହୁ,ବେଣୁଧର ବରିହା ରୀମା ରାଣୀ ଭୋଇ,ଗଗନ ବେହେରା ବରୁଣ କୁମ୍ଭ କାର ରଶ୍ମିତା ସୁନା  ତନୁ ଶ୍ରୀ ତନୁଜା ନାଗ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ଏହି ଅବସର ରେ ଶିକ୍ଷା ଶିକ୍ଷଣ ଆଧାରିତ ନୃତ୍ୟ ପରିବେଷଣ କରାଯାଇଥିଲା ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post