ଗଞ୍ଜେଇ ଚାଲାଣ ମାମଲା : ୨ ରେଳବାଇ କର୍ମଚାରୀ ଗିରଫ...

ଗଞ୍ଜେଇ ଚାଲାଣ ମାମଲା : ୨ ରେଳବାଇ କର୍ମଚାରୀ ଗିରଫ...


କଣ୍ଟାବାଞ୍ଜି, ୧୮/୦୨: ଗଞ୍ଜେଇ ଚାଲାଣର କେନ୍ଦ୍ର ସ୍ଥଳୀ ପାଲଟିଛି କଣ୍ଟାବାଞ୍ଜି ସହର। ଆଖ ପାଖ ଅଞ୍ଚଳରୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଟ୍ରେନ ଯୋଗେ ଛତିଶଗଡ଼ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଛି। କଣ୍ଟାବାଞ୍ଜି ରେଳ ଷ୍ଟେସନର ୨ ରେଳବାଇ କର୍ମଚାରୀ ଗଞ୍ଜେଇ ଚାଲାଣ ମାମଲା ରେ ଗିରଫ ହେବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

          Ad..


ସୂଚନାରୁ ପ୍ରକାଶ ଯେ, ଟିପିଏମ ଗଙ୍ଗାଧର ମହାନନ୍ଦ ଓ ରେଳବାଇ ଅଣ ସଂରକ୍ଷିତ ଟିକେଟ କାଉଣ୍ଟରରେ କାର୍ଯ୍ୟରତ ଅସ୍ପାକ୍ ଅଳି ୧୯ କେଜି ୨୭୦ ଗ୍ରାମ ଗଞ୍ଜେଇ ନେଇ ଟ୍ରେନ ଯୋଗେ ରାୟପୁର ଯାଇଥିଲେ ।

     Ad..


ଦୁଇ ଜଣ ରାୟପୁର ରେଳ ଷ୍ଟେସନର ମହିଳା ଶୌଚାଳୟ ନିକଟର ଛିଡ଼ା ହୋଇଥିଲେ। ରାୟପୁର ଜିଆରପି ପୁଲିସ ଗଞ୍ଜେଇ ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୮୫ ହଜାର ୪୦୦ ଟଙ୍କା ହେବ । ପୁଲିସ ମାମଲାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି।



Edited by k.s thakur...



Post a Comment

Previous Post Next Post