ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ସମସ୍ତ ଐତିହ୍ୟ ,କିର୍ତିରାଜି, ସଂସ୍କୃତି ପରମ୍ପରାକୁ କୁ ଇକୋ ଟୁରିୟମ ରେ ସାମିଲ କରାଯାଉ...

ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ସମସ୍ତ ଐତିହ୍ୟ ,କିର୍ତିରାଜି, ସଂସ୍କୃତି ପରମ୍ପରାକୁ କୁ ଇକୋ ଟୁରିୟମ ରେ ସାମିଲ କରାଯାଉ...


ବରଗଡ଼,୨୬/୦୨ : ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତମାଳା ର ଚତୁଃପାର୍ଶ୍ଵରେ ଥିବା ଶୈବପୀଠ ଗୁଡ଼ିକୁ ଇକୋ ଟୁରିୟମ ରେ ସାମିଲ କରାଯାଉ । ପ୍ରାକୃତିକ ଶୋଭାରାଜି ରେ ଭରପୁର ଗନ୍ଧମାର୍ଦ୍ଦନ ପର୍ବତମାଳା ରେ  ବନୈଷଧି ସମେତ ଆଦିବାସୀ ସଂସ୍କୃତିର ଓ ପରମ୍ପରା , ଐତିହ୍ୟ ସହ ଉଭୟ ପାର୍ଶ୍ଵରେ ପ୍ରସିଦ୍ଧ ନୃସିଂହନାଥ ଓ ହରିଶଙ୍କର ପୀଠ ରହିଛି ଯାହାର କିମ୍ବଦନ୍ତୀ ବହୁ ପ୍ରାଚୀନ ଏହି ପର୍ଯ୍ୟଟନ କ୍ଷେତ୍ର କୁ ବର୍ଷ ତମାମ ରାଜ୍ୟ ତଥା ପଡ଼ୋଶୀ ଛତିଶଗଡ଼ ର ହଜାର ହଜାର ପର୍ଯ୍ୟଟକ ବୁଲିବା ଆସିବା ସହ କିମ୍ବଦନ୍ତୀ ଦେଖୁଛନ୍ତି। 

Ad..


କେବଳ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ବ୍ଯତିରେକ ଅନ୍ୟ କୈାଣସି ସ୍ଥାନ ପର୍ଯ୍ୟଟକମାନଙ୍କୁ ଦୁଇ ଚାରି ଘଣ୍ଟା ବାନ୍ଧି ରଖିପାରୁ ନାହିଁ ଯାହା ପର୍ଯ୍ୟଟନ, କିମ୍ବଦନ୍ତୀ , ଐତିହ୍ୟ, ପରମ୍ପରା ଭରପୁର ଥିଲେ ମଧ୍ୟ ଉଚିତ ବ୍ୟବସ୍ଥା ସହ ସୁବିଧା ସୁଯୋଗ ନଥିବା ଓ ପର୍ଯ୍ୟଟନ ର ବିକାଶ ର ସମସ୍ୟା ଯୋଗୁଁ ମୁହଁ ଫେରାଉଛନ୍ତି । 

    Ad..


ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଆଦିବାସୀଙ୍କ ଦୂର୍ଗେଇଦେବୀ ପୀଠ, ତୁର୍ଲେନ ଦେବୀ ଙ୍କ ପୀଠ, ବ୍ରାହ୍ମଣୀ ରେ ଗୁଣିଘର ସମେତ ଭୋଜପୁରଗଡ ଜଳମହାଦେବ, ନାଗଝରୀଆ ଜଳମହାଦେବ, ହରିଶଙ୍କର ଜଳମହାଦେବ, ଗୁପ୍ତେଶ୍ୱର ମହାଦେବ ପୀଠ ପ୍ରଭୃତି ଶୈବପୀଠ ସହ ୫୧ ଗୋଟି ଦେବୀପୀଠ ରହିଥିବା ବେଳେ ଶହଶହ ପାହାଡ,ଚିରଶ୍ରେତା ଝରଣା ସମେତ ବହୁ ଦର୍ଶନୀୟ ସ୍ଥାନ, ପାଞ୍ଚ ଗୋଟି ଦୂର୍ଗ ରହିଛି ଯେଉଁଠି ପାଟଣା ର ରାଜାମାନେ ଗନ୍ଧମାର୍ଦ୍ଦନ ପର୍ବତମାଳା ର ଦୂର୍ଗ ରେ ରହି ରାଜସ୍ବ କରିଛନ୍ତି। 

ଏଭଲି ଏକ ବହୁମୁଖି ପର୍ଯ୍ୟଟନ ର ସମସ୍ତ ସ୍ଥାନ ଓ ଅଙ୍ଗ ଓ ସୁକତେଲ ଦୁଇ ନଦୀ ର ଉତ୍ପତ୍ତିସ୍ଥଳ ଅଙ୍ଗଡାବର ପ୍ରଭୃତି କୁ ଇକୋ ଟୁରିୟମ ରେ ସାମିଲ କରାଗଲେ ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ର ବିକାଶ ସମ୍ଭବ ହେବ ଓ ବରଗଡ଼ ଜିଲ୍ଲା ର ସାମାଜିକ, ଆର୍ଥିକ ବିକାଶ ହେବାର ସମ୍ଭାବନା ରହୁଛି।



Report : Bijay ku sahu

Edited by k.s thakur...





Post a Comment

Previous Post Next Post