ନୃସିଂହନାଥ ମନ୍ଦିର ତରଫରୁ ବନୌଷଧି ବଗିଚାର ଶୁଭ ଉଦଘାଟନ...

ନୃସିଂହନାଥ ମନ୍ଦିର ତରଫରୁ ବନୌଷଧି ବଗିଚାର ଶୁଭ ଉଦଘାଟନ...

ବରଗଡ଼,୨୬/୦୨ : ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତରଫରୁ ମହାଶିବରାତ୍ରି ଅବସରରେ ବୁଟି ବାବା ବନୌଷଧି ବଗିଚା ର ଶୁଭ ଉଦଘାଟନୀ ହୋଇଯାଇଛି। ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଲୋପ ପାଉଥିବା ବନୈଷଧି କୁ ବଞ୍ଚାଇ ରଖିବାରେ ସହାୟ ହେବ ବୋଲି ଏହି ବଗିଚା ତିଆରି କରାଯାଉଛି। 

Ad..


ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ ଚୈହ୍ୱାନ, ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ବଗିଚା ର ଶୁଭାରମ୍ଭ କରିଥିଲେ। ନୃସିଂହନାଥ ମନ୍ଦିର ପରିଚାଳନା କମିଟି ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କ ତତ୍ବାବଧାନରେ ଔଷଧୀୟ ବୃକ୍ଷ ଲତା ଗବେଷଣା ତଥା ଫାର୍ମାସୋଗ୍ଲୋରିଷ୍ଟ ପାରେଶ୍ବର ସାହୁ ବୃକ୍ଷ ଲତାର ରକ୍ଷଣଶୀଳ ଦାୟିତ୍ଵ ରେ ରହିଥିବା ବେଳେ... 

     Ad..


୧୦ ଜଣ କର୍ମଚାରୀ ଯତ୍ନ ନେଇ ଔଷଧୀୟ ବୃକ୍ଷ ଲତା ର ଯତ୍ନ ନେବେ । ସ୍ଥାନୀୟ ବୈଦ ଙ୍କ ଗଣନା ଅନୁଯାୟୀ ପ୍ରାୟ ଦୁଇ ହଜାର ବନୌଷଧି ରୁ ଏକହଜାର ପଚାଶ ଔଷଧୀୟ ବୃକ୍ଷ ଲତା ଗୁଳ୍ମ ଅଦ୍ୟାବଧି ଚିହ୍ନଟ ହୋଇସାରିଥିବା ବେଳେ ଆହୁରି ହଜାର ହଜାର ଔଷଧୀୟ ବୃକ୍ଷ ଲତା ଗୁଳ୍ମ ରହିଛି ଯାହା ର ଏକ ବଗିଚା ନୃସିଂହନାଥ ମନ୍ଦିର ତରଫରୁ ପରିକେକରି ଶୁଭାରମ୍ଭ ହୋଇଛି।



Report : Bijay ku sahu

Edited by k.s thakur...


 

Post a Comment

Previous Post Next Post