ଏବେଠୁ ଏତେ ତ ଆଗକୁ କେତେ ? ଚିନ୍ତା ଜନକ ପରିସ୍ଥିତିରେ ପଦ୍ମପୁର ସହରର ଜଳ ସମସ୍ୟା...

ଏବେଠୁ ଏତେ ତ ଆଗକୁ କେତେ ? ଚିନ୍ତା ଜନକ ପରିସ୍ଥିତିରେ ପଦ୍ମପୁର ସହରର ଜଳ ସମସ୍ୟା...


ବରଗଡ଼,୦୩/୦୧ : ପଦ୍ମପୁର ସହରରେ ପାଣି ସମସ୍ୟା। ପରିସ୍ଥିତି ଗମ୍ଭୀର ହେବା ପୂର୍ବରୁ ବିଭାଗୀୟ ଅଧିକାରୀ ହୁଅନ୍ତୁ କିମ୍ବା ଜନ ପ୍ରତିନିଧି କେହି ଗୁରୁତ୍ବ ନ ଦେବାରୁ ଏବେ ଜାନୁୟାରୀ ଶେଷ ସପ୍ତାହ ରୁ ଜଳ କଷ୍ଟ ଦେଖାଦେଇଛି। 

           Ad..


ଆଗକୁ ଆହୁରି ୬ ମାସ ପାଣିର ଆବଶ୍ୟକତା ରହିଛି। ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ ୧୧ ଗୋଟି ୱାର୍ଡ ରେ ଜଳିୟ ସମସ୍ୟା ଦେଖାଦେଇଥିବା ବେଳେ ପଦ୍ମପୁର ସହରରୁ ୫ କିଲୋମିଟର ଦୂର ଦେଉଲି ନିକଟସ୍ଥ ନାଗେନଦର୍ହା ର ଅଙ୍ଗ ନଦୀ କୁଳରୁ ଜଳଯୋଗାଣ ବନ୍ଦ ହୋଇଯାଇଛି। 

    Ad..


ଅଙ୍ଗ ନଦୀରେ ପାଣି ଧାର ନାହିଁ ‌। ଏହାକୁ ନେଇ ପଦ୍ମପୁର ସହରରେ ଜନ ପ୍ରତିକ୍ରିୟା ଆରମ୍ଭ ହେଲାଣି। ଲୋକ ଅସନ୍ତୋଷ ରହିଥିବା ବେଳେ ବିଧାୟିକା ବର୍ଷା ସିଂ ବରିହା ବିଭାଗୀୟ ଏସ ଡି ଓ ଙ୍କୁ ବିଜୁ ଜନତାଦଳର କାର୍ଯ୍ୟାଳୟ କୁ ଡାକି ଆଲୋଚନା କରିଛନ୍ତି ହେଲେ ଆଲୋଚନା କ'ଣ ହେଲା ପ୍ରତିକାର କ'ଣ ଏ ପଦକ୍ଷେପ କ'ଣ ତାହା କାହାରିକୁ ଜଣାନାହିଁ। 


ଏପଟେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଖୋଦ ପଦ୍ମପୁର ଅଂଚଳ ର ପ୍ରତିନିଧିତ୍ଵ କରୁଥିବା ବେଳେ ପଦ୍ମପୁର ସହରର ପାଣି ସମସ୍ୟା ଉପରେ ତାଙ୍କ ର ଆଭିମୁଖ୍ୟ କ'ଣ ସହରବାସୀ ଜାଣିବାକୁ ଚାହୁଁଛନ୍ତି ହେଲେ ଜାଣିପାରୁ ନ ଥିବାରୁ ଜନପ୍ରତିନିଧି ଙ୍କ ଉପରେ ଜନତା ଅସନ୍ତୁଷ୍ଟ ଅଛନ୍ତି। ଅନ୍ଧାର ଜନସାଧାରଣ ଥିବା ଓ ଜଳଯୋଗାଣ ର ବ୍ୟବସ୍ଥା କ'ଣ ରହିଛି ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ। 

ଏପଟେ ସହରର ଜଳକଷ୍ଟ ବଢ଼ିବାରେ ଲାଗିଛି। ଅଙ୍ଗ ନଦୀରୁ ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ ହେବାର ସପ୍ତାହେ ଅତିକ୍ରମ କଲାଣି। ସହରର ୨୫ ହଜାର ଜନସାଧାରଣ ଙ୍କ ବ୍ୟବସ୍ଥା ଦୃଷ୍ଟିରୁ ଟେଙ୍କର ଯୋଗେ ଜଳଯୋଗାଣ ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ହେଲେ ତାହାବି କରାଯାଇ ପାରୁନାହିଁ। 

୧୧ ଗୋଟି ୱାର୍ଡ ରେ ମାତ୍ର ୪ ଟି ଟେଙ୍କର ର ଜଳଯୋଗାଣ ବ୍ୟବସ୍ଥା ଗତ କାଲି ରବିବାର ଦିନ ଆରମ୍ଭ ହୋଇଛି ହେଲେ ସବୁ ସାହିକୁ ପାଣି ପହଞ୍ଚି ପାରୁନାହିଁ। ଏହି ଗୁରୁତର ସମସ୍ୟା କୁ ନେଇ ବିଭାଗୀୟ ଏସ ଡି ଓ ଙ୍କୁ ବୁଝାଗଲେ ଅଙ୍ଗ ନଦୀ ରେ ପାଣି ସୁଖିଯାଇଥିବା କଥା କୁ ସ୍ବିକାର କରୁଥିଲେ ମଧ ଆଗୁଆ ପଦକ୍ଷେପ ଗ୍ରହଣ କରାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ କରାଗଲେ ଉତ୍ତର ରଖିପାରି ନାହାନ୍ତି। 

ହୁଏତ ଆଗୁଆ ବିକଳ୍ପ ଚିନ୍ତା କରିଥିଲେ ଏଭଳି ଗମ୍ଭୀର ସମସ୍ୟା କୁ କିଛି ମାତ୍ରା ରେ ସମାଧାନ କରାଯାଇ ପାରିଥାନ୍ତା ବୋଲି ଜଣାପଡୁଛି। ପଦ୍ମପୁର ସହରର ଜଳକଷ୍ଟ କୁ ହୃଦବୋଧ କରି ଲୋକମାନେ କହୁଛନ୍ତି ଯେ ଏବେଠୁ ଏତେ ତ ଆଗକୁ କେତେ?



Report : Bijay ku sahu

Edited by k.s thakur...



Post a Comment

Previous Post Next Post