ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୁରେନା ଗ୍ରାମବାସୀ...
ପଦମପୁର,୦୩/୦୨ : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ପଞ୍ଚାୟତରେ ୧୯୮୫ ମସିହାରୁ ପ୍ରତିଷ୍ଠିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପ୍ରତି ହୋଇଥିବା ବୈମାତୃକ ମନୋଭାବର ପ୍ରତିବାଦରେ ଆଜି ପୁରେନା ଗ୍ରାମବାସୀ ପାଇକମାଲଠାରେ ଚାଲୁଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଫେରାଦ ଦେଇଛନ୍ତି।
Ad..
ଏଥିରେ ପୁରେନା ଗ୍ରାମ୍ୟ କମିଟିର ସଭାପତି ଶ୍ରୀ ବିଶିକେଶନ୍ ଗହିର, ଶ୍ରୀ ଲକ୍ଷପତି ବେହେରା, ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ଭୂମନ୍ୟୁ ସାହୁ, ଜଗନ୍ନାଥ ମନ୍ଦିର କମିଟିର ସଂପାଦକ ଶ୍ରୀ ଦେବରାଜ ସାହୁ, ଶ୍ରୀ ମନୋଜ ପଟେଲ , ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ, ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ପ୍ରମୁଖ ଉପସ୍ଥିତ ରହି ସ୍କୁଲରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ବୈମାତୃକ ମନୋଭାବର ପ୍ରତିବାଦ କରିଛନ୍ତି।
Ad..
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୁରେନା ଗ୍ରାମବାସୀଙ୍କ ନିଜସ୍ଵ ଉଦ୍ୟମରେ ପ୍ରତିଷ୍ଠିତ ଏହି ସୁନାମ ଧନ୍ୟ ଅନୁଷ୍ଠାନ ବହୁ ବାଧାବିଘ୍ନ ଅତିକ୍ରମ କରି ଅନେକ ସୁନାଗରିକ ଗଢି ତୋଳିଛି କିନ୍ତୁ ବିଭାଗୀୟ ଉଦାସୀନତା ଫଳରେ ଆଜି ସ୍କୁଲଟି ସମ୍ପୂର୍ଣ ରୂପେ ବନ୍ଦ ହେବା ଅବସ୍ଥାକୁ ପହଞ୍ଚି ଯାଇଛି।
ଯଦି ନିଯୁକ୍ତି ନହେବ ତାହେଲେ ଏହି ସ୍କୁଲରେ ନିର୍ଭରଶୀଳ ଗ୍ରାମ ଯଥା ଗମ୍ଭାରୀଡିହି, କଦଳୀମୁଣ୍ଡା, ସର୍ଗୀଜୁରି, ଵରଭଟା ଓ ପୁରେନା ଗ୍ରାମର ଅନେକ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ଲାଭରୁ ବଞ୍ଚିତ ହେବେ।
Report : Bijay ku sahu
Edited by k.s thakur...
Tags:
collector grievance
latest news
latest update
odisha daily current affairs
padamapur
purena villagers



