ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୪ ଅଭିଯୁକ୍ତ ଗିରଫ...
କୋରାପୁଟ,୧୧/୦୨ : କୋରାପୁଟ ଜିଲ୍ଲାରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ୪ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ନାବାଳିକା ଜଣକ ତାଙ୍କ ସାଙ୍ଗମାନଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ସେ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ୪ ଜଣ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନିକଟସ୍ଥ ପାହାଡ଼କୁ ନେଇ ଦୁଷ୍କର୍ମ କରିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।
Ad..
ନାବାଳିକାଙ୍କ ପିତାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ ଏବଂ ଝିଅ ଘରକୁ ଫେରି ଦୁଷ୍କର୍ମ ବିଷୟରେ ଜଣାଇଥିଲେ। ଏନେଇ ତାଙ୍କ ପରିବାର ଲୋକେ ସୋମବାର ଲକ୍ଷ୍ମୀପୁର ଥାନାରେ ଏତଲା ଦେବା ପରେ ପଡ଼ୋଶୀ ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଡୀତଙ୍କ ଡାକ୍ତରୀ ମାଇନା କରାଯାଇଛି।କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।
Edited by k.s thakur...
Tags:
4 accused arrested
gang rape
koraput
latest news
latest update
odisha daily current affairs
ST girl


