ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳାର ଶୁଭାରମ୍ଭ...

ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳାର ଶୁଭାରମ୍ଭ...


ଢେଙ୍କାନାଳ,୧୧/୦୨ :  ଆଜିଠୁ ବିଶ୍ବ ପ୍ରସିଦ୍ଧ ୧୫୨ ତମ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ। ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାପୀଠ। ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ଏହି ମେଳାରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର, ସାଧୁସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ, ଲକ୍ଷ ପର୍ଯ୍ୟଟକଙ୍କ ସମାଗମର ସୁଅ ଛୁଟିଛି। ତେବେ ଭକ୍ତ ଏବଂ ସାଧୁସନ୍ଥଙ୍କ ସମାଗମକୁ ଦେଖି ପ୍ରଶାସନ ଓ ପୋଲିସ ପ୍ରଶାସନ ତଥା ଯୋରନ୍ଦା ପଞ୍ଚାୟତ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

            Ad..


ତେବେ ଏହି ଯୋରନ୍ଦା ମେଳା ପାଇଁ ଆଜି ସକାଳେ ବ୍ରାହ୍ମ ମୁହୂର୍ତ୍ତରୁ ଏହି ମେଳା ଆରମ୍ଭ ହୋଇଛି । ରାତି ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ଯୋରନ୍ଦା ମହିମାପୀଠରେ ଚାଲିଛି ପୂଜାର୍ଚନା ଏବଂ ମହଣ , ମହଣ ଘୃତରେ ବିଶ୍ଵର ମଙ୍ଗଳ ପାଇଁ ତଥା ଜଗତ, ଭଗତ ମାନଙ୍କର ମଙ୍ଗଳ କାମନା କରି ପ୍ରଜ୍ଵଳିତ ହେବ ଝାଡ଼ ଦ୍ୱିତ। 

ଏପରିକି ଭକ୍ତମାନେ ଆଣିଥିବା ଲକ୍ଷାଧିକ ନଡ଼ିଆ ପୋଡା ଯିବ। ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ପ୍ରତ୍ୟେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀମାନେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତଙ୍କ ମଙ୍ଗଳ କାମନା କରିବେ। ସେହିପରି ତ୍ରିସନ୍ଧ୍ୟା ପୂଜା ପରେ ଜଗତ ଭକ୍ତଙ୍କର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ସଂଧ୍ୟା ୫ଟା ୧୫ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ଜ୍ବଳନ କରିବେ।

ଅନ୍ୟପଟେ ମେଳାକୁ ଆକର୍ଷଣୀୟ ଓ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପୁଲିସ୍‌, ପ୍ରଶାସନ ସହ ସାଧୁସନ୍ଥ ଓ ସ୍ଥାନୀୟ ଅଞ୍ଚଳବାସୀ ଜୋରସୋର୍‌ରେ ଲାଗି ପଡ଼ିଛନ୍ତି।



Edited by k.s thakur...



Post a Comment

Previous Post Next Post