ଦମକିପାଲି ବିଦ୍ୟାଳୟରେ ନିପୁଣ ମେଳା ଅନୁଷ୍ଠିତ...
ପାଟଣାଗଡ଼,୧୨/୦୨ : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଛୁଆଲିଉଦର କ୍ଳଷ୍ଟର ସ୍ତରୀୟନିପୁଣ ଓଡ଼ିଶା ମେଳା -୨୦୨୫ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସୁଶ୍ରୀ ସବିତା ଭୋଇ ସଭାପତିତ୍ଵ କରିଥିଲେ।
Ad..
ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସାହୁ ଛୁଆଲିଉଦର କ୍ଳଷ୍ଟର ସି ଆର ସି ସି , ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ବାଗ , ସମ୍ମାନିତ ଅତିଥି ଭାବରେ ତମିଆ କ୍ଳଷ୍ଟର ସି ଆର୍ ସି ସି ଆଶିଷ କୁମାର ପାତ୍ର ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଏଗାରଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷଣ ଉପକରଣ ପ୍ରଦର୍ଶିତ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଅଭିଭାବକ ସହିତ ଶିକ୍ଷୟିତ୍ରୀ ସୀତୟା ବରିହା , ଦେବକୀ ଭୂଏ ,ହରେକୃଷ୍ଣ ଭୋଇ , ବାଳକୃଷ୍ଣ ପଧାନ , ବିନୋଦିନୀ କିଶାନ ,ଦୁର୍ଯୋଧନ ମଲ୍ଲିକ ,ସୁମନ୍ତ ଚୌହାନ ,ଦିନେଶ୍ ଦିହିରିଆ ,ଡୋଲାମଣି ସାହୁ , କୈଳାସ ଚନ୍ଦ୍ର ସାହୁ ,ଅଜିତ କୁମାର ପଟେଲ , ପଙ୍କଜ ଦଣ୍ଡସନା , ଜଗଦୀଶ ପର୍ଡିଆ ଓ ଛାତ୍ରଛାତ୍ରୀଙ୍ ଉପସ୍ଥିତ ଥିଲେ।
ଶିକ୍ଷକ ସନ୍ଦୀପ କୁମାର ସାହୁ ,ଉର୍ବଶୀ ରାଜହଂସ, ଅନୀମା ପଧାନ ସହଯୋଗ କରିଥିଲେ ।ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା। ଶେଷରେ ଶିକ୍ଷକ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur...


