ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ...

ଦେବୋତ୍ତର କମିଶନରଙ୍କ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ...


ବରଗଡ,୨୪/୦୧ : ଓଡିଶା ସରକାରଙ୍କ ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା ଆଜି ବରଗଡ଼ ସ୍ଥିତ ଶ୍ରୀ ମା ଶ୍ୟାମାକାଳୀ ମନ୍ଦିର ପରିଦର୍ଶନ କରିଥିଲେ। 

            Ad..


ସେ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଏବଂ ସୁନ୍ଦର ପରିଚାଳନା ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ଭୁୟସୀ ପ୍ରଶଂସା କରିଥିଲେ। ଗସ୍ତ ସମୟରେ ପାର୍ଶ୍ୱ ଦେବାଦେବୀ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। 

Ad..


ଏହା ପୂର୍ବରୁ ସେ ୨୦୧୫ ମସିହାରେ ମନ୍ଦିର ପରିଦର୍ଶନ କରିଥିବା ପ୍ରକାଶ କରିଥିଲେ। ଏହି ପରିଦର୍ଶନ ବେଳେ ମନ୍ଦିର ପରିଚାଳନା କମିଟି ତରଫରୁ ଗୌରାଙ୍ଗ ନାୟକ, ବିଜୟ କୁମାର ମିଶ୍ର, ଦେବେଶ ଦେଶାଇ, ପ୍ରମୋଦ ବିଶି, ସୁବାସ ଭୋଇ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଜେନାଙ୍କୁ ମନ୍ଦିର ସ୍ଥାପନା ଇତିହାସ ଓ ସରକାରୀ ପଞ୍ଜିକରଣ ବିଷୟରେ ସୂଚନା ଦେଇଥିଲେ।

     Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post