ପଦ୍ମପୁର ଠାରେ ୧୬ ତମ ସେକ ହାଇଦର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ...
ବରଗଡ଼,୦୫/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ଇନଡୋର ଷ୍ଟେଡିୟମ ଠାରେ ୧୬ ତମ ସେକ ହାଇଦର ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଯାଇଛି। ଉଦ୍ଘାଟନୀ ସମାରୋହ ରେ ପଦ୍ମପୁର ର ପ୍ରଥମ ଏଡିଏମ୍ କୁନାଲ ମୋତିରାମ ଚୈହାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ଟୁର୍ଣ୍ଣାମେଣ୍ଟର ଆରମ୍ଭ କରିଥିଲେ।
Ad..
ଏଥିରେ ସମ୍ମାନୀତ ଅତିଥି ଭାବେ ପଦ୍ମପୁର ସହରର ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ଶିଳ୍ପପତି ବେଣୁମାଧବ ଦୋରା , ବିଷ୍ଣୁ ଦୋରା, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଶିରିଶ କୁମାର ବହିଦାର, ଖେଳ ପ୍ରଶିକ୍ଷକ ସଚିଦାନନ୍ଦ ବହିଦାର, ପ୍ରଶାନ୍ତ ମହାନ୍ତି, କପିଲ ଅଗ୍ରୱାଲ, ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ ଦେଇ ଆୟୋଜକ ଓ ବିଭିନ୍ନ ଅଂଚଳ ରୁ ଆସିଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ଜଣାଶୁଣା ଖେଳାଳି ତଥା ଶିକ୍ଷାବିତ୍ କିଶୋର ପାତ୍ର ଉଦଘାଟନ ପର୍ବର ମଞ୍ଚ ପରିଚାଳନା କରିଥିବା ବେଳେ ପଦ୍ମପୁର ବ୍ୟାଡମିଣ୍ଟନ ଆସୋସିଏସନ୍ ର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ଖେଳାଳି ଅଶୋକ ମିଶ୍ର, ଦେବାଶିଷ ପଣ୍ଡା, ଏମ୍ ଡି ଅବତାବ, ରିତେଶ ସାହୁ, ଙ୍କ ସମେତ ବ୍ଯଡମିଣ୍ଟନ ଆସୋସିଏସନ୍ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Ad..
ଦିନିକିଆ ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ଼, ବଲାଙ୍ଗୀର, ସମମ୍ବଳପୁର, ସୋନପୁର,ରାୟଗଡ଼ା, ଟିଟିଲାଗଡ଼, ଜୟପୁର ସମେତ ପଦ୍ମପୁର, ପାଇକମାଳ, ଝାରବନ୍ଧ ପ୍ରଭୃତି ଅଂଚଳ ର ଖେଳାଳି ଯୋଗଦାନଦେଇ ଖେଳପ୍ରଦର୍ଶନ କରୁଛନ୍ତି।
Report : Bijay ku sahu
Edited by k.s thakur...




