ମଥୁରା ସମ୍ରାଟ ଙ୍କ ଦରବାର ରେ କଳିଙ୍ଗ ସମ୍ରାଟ ମୋହନ ମାଝି...

ମଥୁରା ସମ୍ରାଟ ଙ୍କ ଦରବାର ରେ କଳିଙ୍ଗ ସମ୍ରାଟ ମୋହନ ମାଝି...


(ଧନୁଯାତ୍ରା ର ରାଜ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଯୋଗଦାନ)

ବରଗଡ଼,୧୨/୦୧ : ୭୭ ତମ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ର ଦଶମ ଦିନ କାର୍ଯ୍ୟକ୍ରମ ର ରଙ୍ଗମହଲ ଠାରେ ରାଜ ଅତିଥି ଭାବରେ କଳିଙ୍ଗ ସମ୍ରାଟ ଯୋଗଦାନ ଦେଇଛନ୍ତି। ମଥୁରା ସମ୍ରାଟ କଂସ ମହାରାଜଙ୍କ ନିମନ୍ତ୍ରଣ ପାଇ କଳିଙ୍ଗ ସମ୍ରାଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି  ପହଞ୍ଚି ଧନୁଯାତ୍ରା ର ସମ୍ମାନ ବଢାଇଛନ୍ତି।

Ad..


ରାତି ୮ ଘଣ୍ଟା ୩୦ ମିନିଟ ସମୟରେ ଧନୁଯାତ୍ରା ର ରାଜ ଅତିଥି ଭାବରେ ହାତୀ ପିଠିରେ ବସି କଂସ ଦରବାର ରଙ୍ଗମହଲ ରେ ପହଞ୍ଚି ଐତିହ୍ୟ ସମ୍ପନ୍ନ ମାଟି ବରଗଡ଼ । ଏହି ମାଟିର କଳା, ସାହିତ୍ୟ, ସଂସ୍କୃତି ଜିଲ୍ଲାକୁ କରିଛି ଗୌରବାନ୍ୱିତ । ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚରେ ମଞ୍ଚସ୍ଥ ଲୋକନାଟକ ଧନୁଯାତ୍ରା ଆଜି ଏ ମାଟିକୁ ସମଗ୍ର ବିଶ୍ୱରେ ପରିଚିତ କରାଇପାରିଛି।

Ad..


ପ୍ରାଚୀନ ପରମ୍ପରା ଓ ଲୋକରୀତି ଆଧାରରେ ଏହି ଯାତ୍ରା ତା’ର ପାରମ୍ପରିକତାକୁ ବଜାୟ ରଖି ସ୍ୱାଧୀନୋତ୍ତର ସମୟରୁ ପାଳିତ ହୋଇ ଆସିବା ଅତ୍ୟନ୍ତ ଗୌରବର ବିଷୟ । ଚଳିତ ବର୍ଷ  ବରଗଡର  ଐତିହ୍ୟ, ସଂସ୍କୃତି ତଥା ଜିଲ୍ଲାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଧନୁଯାତ୍ରାକୁ ଆହୁରି ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଧନୁଯାତ୍ରାର ଅନୁଦାନ ରାଶିକୁ 10 ଲକ୍ଷ ଟଙ୍କାରୁ 1 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । 

     Ad..


ଏହି ଯାତ୍ରାର ସିଧାପ୍ରସାରଣ ଓ ବ୍ୟାପକ ପ୍ରଚାର ପ୍ରସାର ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି ବୋଲି ବରଗଡ଼ ମାଟିର ଗର୍ବ ଓ ଗୈାରବ ଐତିହାସିକ ଧନୁଯାତ୍ରା ର ପ୍ରଶଂସା କରିବା ସହ ସରକାର ବିଗତ ୬ ମାସର ସଫଳତା କୁ ଦରବାର ମାଧ୍ୟମରେ ଜନସାଧାରଣ ଙ୍କ ପାଖରେ ଶୁଣାଇଥିଲେ।

ତାଙ୍କ ଭାଷଣରେ ଜନସାଧାରଣ ଙ୍କ ଛୋଟ ବଡ ସମସ୍ୟା ଓ ସମାଧାନ କିଭଲି ହେଉଛି ତଳକୁ ସରକାର ନିରନ୍ତର ଭାବରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବ ତାହା ର ଚେଷ୍ଟା ଚଲାଇବା ସହ ବିକଶିତ ଓଡିଶା, ସମୃଦ୍ଧ ଓଡିଶା ଗଠନ ହୋଇପାରିବ ୨୦୪୭ ର ସଂକଳ୍ପ କିଭଳି ବିକଶିତ ହୋଇପାରି ତାକୁ ନେଇ କାର୍ଯକାରୀ ହୋଇପାରିବ ଆହ୍ବାନ ଦେଇଥିଲେ। 

ସେହିପରି ବରଗଡ଼ ଜିଲ୍ଲା ରେ ସଂଗ୍ରାମୀ ମାଧୋ ସିଂ ଓ ତାଙ୍କ ଚାରିପୁଅ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସାହିତ୍ୟକ ଗଙ୍ଗାଧର ମେହେର, ସମସ୍ତ କଳାକାର , ଚାଷୀ, ବୁଣାକାର, ଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ସଫଳତା କୁ ଧନ୍ୟବାଦ ଜଣାଇଥିଲେ। 

ବରଗଡ଼ ଧନୁଯାତ୍ରା ରେ ନିପୁଣ ଭାବରେ ଜୀବନ୍ତ ଅଭିନୟ କରୁଥିବା ଅକୃର ଜଗନ୍ନାଥ ସାହୁ,ଜରାସନ୍ଧ ଅଏଠୁ ସାହୁ, ଇନ୍ଦ୍ର ଗଙ୍ଗା ରାମ ଭୁଏ,ନାରଦ ଲିଙ୍ଗରାଜ ଦାଶ, ବିଜୁଳି କନ୍ୟା ଅର୍ଚିତା ମହାପାତ୍ର,ନନ୍ଦରାଜା ସତ୍ୟ ନାରାୟଣ ପେଢ, ନନ୍ଦରାଣୀ ଜୈଷ୍ନାରାଣୀ ପୋଢ, ଯଶୋଦା ସିନ୍ଗଧା,ରାଧା ସାଇନା ପ୍ରଧାନ ଓ ଚନ୍ଦ୍ରସେଣା ମନୋଜ ଭୋଇ ପ୍ରମୁଖ ୧୦ ଜଣ କଳାକାର ଙ୍କୁ ନଗଦ କଳାକାର ସମ୍ମାନ ରାଶି ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିବା ବେଳେ ଅନ୍ୟ କଳାକାର ୧୬୦ ଜଣ କଳାକାର ଙ୍କୁ ତାଙ୍କ ବ୍ୟାଙ୍କ ଏକାଉଣ୍ଟ୍ ଡି.ପି.ଟି ମାଧ୍ୟମରେ ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି। 

ଏହା ସହ କଂସ ଙ୍କ ସର୍ତ୍ତ ମୂଳକ ନିମନ୍ତ୍ରଣ ପାଇ ବରଗଡ଼ ଧନୁଯାତ୍ରା କୁ ଆସିଥିବାରୁ ମହାରାଜାଙ୍କ ସର୍ତ୍ତରେ ୧୨ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗ ରେ ସ୍ଥାୟୀ ରାଜମହଲ,୮୦ କୋଟି ଟଙ୍କାରେ ଧନୁଯାତ୍ରା ର ଜମୁନା ନଦୀରେ ଏକ ଆନିକଟ ନିର୍ମାଣ ଓ ବରଗଡ଼ ମୁଖ୍ୟ କେନାଲ ର ସୈନ୍ଦର୍ଯ କରଣ କରିବାକୁ ୩୦ କୋଟି ଅନୁଦାନ ପ୍ରଦାନ କରିଥିଲେ ଯାହା ଦର୍ଶକ ଙ୍କ ସମେତ ସମଗ୍ର ଜିଲ୍ଲା ବାସୀଙ୍କୁ ବଡ ଆନନ୍ଦ ପ୍ରଦାନ କରିଛି। 

ଏହାସହ ଆଗାମୀ ଦିନରେ କଂସ ଙ୍କ ଦରବାର ଭଲି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କ ଦରବାର ବରଗଡ଼ ରେ ବସିବ ବୋଲି ଘୋଷଣା କରିଛନ୍ତି। ଧନୁଯାତ୍ରା କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ନେସେନାଲ ଡ୍ରାମା ଏକାଡେମୀ ର ସହଯୋଗ ରେ ଓଡ଼ିଶା ସରକାରଙ୍କ ତରଫରୁ ବରଗଡ଼ ଧନୁଯାତ୍ରା ର କଳାକାର ଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ଆଜି ର ଦିନ ଜାନୁଆରୀ ୧୨ ତାରିଖ ୧୯୪୮ ମସିହାରେ ବରଗଡ଼ ର ପ୍ରଥମ ଧନୁଯାତ୍ରା ଶୁଭାରମ୍ଭ ହୋଇଥିଲା ଯାହା କି ଆଜି ର ଦିନ ଜାନୁଆରୀ ୧୨ ତାରିଖ ମୁଖ୍ୟମନ୍ତ୍ରୀ ମଥୁରା ମହାରାଜ ଙ୍କ ନିମନ୍ତ୍ରଣ ପାଇ ଧନୁଯାତ୍ରା କୁ କଳିଙ୍ଗ ମହାରାଜ ରାଜ ଅତିଥି ହୋଇ ଆସିବା ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରି ମଥୁରା ନଗରୀ ର ସମସ୍ତ ଜନସାଧାରଣ, ପ୍ରଶାସନ, କଳାକାର ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। 

ମଞ୍ଚ ରେ ଅନ୍ୟତମ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ପ୍ରମୁଖ ନେତା ଯୋଗଦାନ ଦେଇଥିଲେ। ଧନୁଯାତ୍ରା ପାଳନ କମିଟି ର ସଭାପତି ବରଗଡ଼ ଜିଲ୍ଲାପାଳ ଓ ଆଇଜି ହିମାଂଶୁ ଲାଲ ଯୋଗଦାନ ଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post