ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବାର୍ଷିକ ପାରିବାରିକ ବନ୍ଧୁମିଳନ...

ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବାର୍ଷିକ ପାରିବାରିକ ବନ୍ଧୁମିଳନ...


ବରଗଡ଼,୧୩/୦୧ : ବରଗଡ଼ ଉପକଣ୍ଠ ତୁରୁଙ୍ଗା ସ୍ଥିତ ମାଁ ଵୈଷ୍ଣୋଦେବୀ ମନ୍ଦିର ନିକଟରେ ସଭାପତି ପ୍ରଦୀପ ଦେବତା ଙ୍କ ନେତୃତ୍ବରେ ଏବଂ ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ଆବାହକତ୍ବରେ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘ ପକ୍ଷରୁ ଏକ ପାରିବାରିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା।

               Ad..


ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର, ଅନ୍ତାକ୍ଷରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ  ପୁରସ୍କାର ବିତରଣ କରାଯାଇଥିଲା। ପରେ ସମସ୍ତେ ଗୀତ ଓ ନୃତ୍ୟ ମାଧ୍ୟମରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। 

Ad..


ବରିଷ୍ଠ ସଦସ୍ୟ ଗୋବିନ୍ଦ ଦାଶଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କାଟି ଜନ୍ମଦିନ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ  କିଶୋର କୁମାର ରଥ, ଗୋପାଳ ଚନ୍ଦ୍ର ଦାଶ, ସତ୍ୟ ନାରାୟଣ ପଣ୍ଡା, ଅଭୟ ଭୋଇ, ତୁଳସୀ ଚରଣ ଦାଶ...

    Ad..


ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ଅମିତ ସାହୁ, ଉଦ୍ଧବ ବେହେରା, ମନୋରଞ୍ଜନ ପୂଜାରୀ, ସନ୍ତୋଷ ଦାଶ, ସି. ଏମ. ରାଓ, ରାମକୃଷ୍ଣ ମେହେର, ସଞ୍ଜୟ ମେହେର, ଲକି ମିରୱାନୀ, ପ୍ରଫୁଲ୍ଲ ନନ୍ଦ, ଦୀପକ ରେଖାନି, ହାରଦୀପ ସିଂହ ପ୍ରମୁଖ ସପରିବାର ଅଂଶଗ୍ରହଣ କରିଥିଲେ।ଶେଷରେ ସଂପାଦକ କମଳ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post