ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ...

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ...


ପଦ୍ମପୁର, ୨୩/୦୧: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ସକାଳ ପର୍ଯ୍ୟାୟରେ ଦୁର୍ବାଦଳ ସାହୁ,ଥବିର ଡନସନା, ଦିନବନ୍ଧୁ ଦେହେରୀ, ସ୍ନିଗ୍ଧା ହାତୀ ପ୍ରମୁଖ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ବିଷୟରେ  ବୌଦ୍ଧିକ ପ୍ରଦାନ କରିଥିଲେ।

           Ad..


ମନ୍ଦାକିନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ବିଭାଗରେ। ରଞ୍ଜିତା ଗୁରୁମା ସଂଯୋଜନା କରିଥିବା ବେଳେ ନରେନ୍ଦ୍ର କୁମ୍ଭାର ଓ ହରି ସାହୁ ବୌ ଦ୍ଧିକ ପ୍ରଦାନ କରିଥିଲେ।

Ad.. 


ବିଦ୍ୟାମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଚ୍ୟୈତନ୍ୟ ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନବମ ଶ୍ରେଣୀର ଭାଇ ସିଦ୍ଧାର୍ଥ ଶେଖର ସାହୁ ଉକ୍ତ ଜୟନ୍ତୀ ବିଷୟରେ କହିଥିଲେ। 

    Ad..


ହୁତାସନ ପାଣ୍ଡେ ଗୁରୁଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଓ ରଜତ ସାହୁ ଗୁରୁଜୀ ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମିନତୀ ମେହେର ଗୁରୁମା ସଂଯୋଜନା କରିଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଦେବରାଜ ଡନସନା  ଗୁରୁଜୀ ଧନ୍ୟବାଦ ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।



Report : Bijay ku sahu

Edited by k.s thakur...


Post a Comment

Previous Post Next Post