ବରଗଡ଼ ଜିଲ୍ଲା ଟାଲ ଗ୍ରାମ ରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ...
ବରଗଡ଼,୨୩/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଅନ୍ତର୍ଗତ ଟାଲ ଗ୍ରାମଠାରେ ୬ ଦିନିଆ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେଉଛି।
Ad..
ଗତ ୧୯ ତାରିଖ ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଭବ୍ଯ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ୧୯ ତାରିଖ ପୂର୍ବାହ୍ନ ସମୟରେ କଳସ ଶୋଭାଯାତ୍ରା ସହ ନାମଯଞ୍ଜ ରୁ ଶୁଭାରମ୍ଭ ହୋଇ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ୨୪ ମଧ୍ୟ ରାତି ରେ ଉଦ୍ଯାପିତ ହେବାର କାର୍ଯ୍ୟକ୍ରମ ରହିଛି।
Ad..
ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ସପ୍ତର୍ଷି କର୍ତ୍ତା ଭାବରେ ଟାଲ ଗ୍ରାମ ଗୈନ୍ତିଆ ଙ୍କ ଦାୟାଦ ବଳଦେବ ସାହୁ ରାଜା ଓ ତାଙ୍କ ଧର୍ମପତ୍ନୀ ଚୁମକି ସାହୁ, ଜୟ କୁମାର ସାହୁ ଓ ପ୍ରେମଶିଳା , କିଶୋର ଚନ୍ଦ୍ର ପ୍ରଧାନ ଓ ପୂର୍ଣ୍ଣିମା, ରମେଶ ଚନ୍ଦ୍ର ବଢେଇ ଓ ଅନୁସୟା, ଅରବିନ୍ଦ ପଣ୍ଡା ଓ ଲିପସ୍ସାମୟୀ , କୁମୁଦ ଚନ୍ଦ୍ର ଦାଶ ଓ ସୁଜାତା,କିର୍ତିବାସ ସ୍ବାଇଁ ଓ ଆରତୀ ପ୍ରମୁଖ ଦମ୍ପତି ଦାୟିତ୍ବ ନିର୍ବାହ କରି ଜଗନ୍ନାଥଙ୍କ ଠାରେ ସମର୍ପଣ ଭାବ ପ୍ରଦାନ କରି ସମସ୍ତ ଦାୟିତ୍ଵ ତୁଲାଉଛନ୍ତି।
Ad..
ସେହିପରି ନାମଯଞ୍ଜ ର କର୍ତ୍ତା ଭାବରେ ରୋଶନ ସାହୁ ଓ ଶ୍ବେତା ଦମ୍ପତି ଦାୟିତ୍ବ ତୁଲାଇଥିବା ବେଳେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ପଣ୍ଡିତ ଭାବରେ ଅଚ୍ୟୁତାନନ୍ଦ ହୋତା , ଅମୃତ ଲାଲ୍ ହୋତା, ବିଜୟ,ଶଚିପତି, ଦାଶରଥି ଓ ମଣ୍ଟୁ ମହାପାତ୍ର ପ୍ରମୁଖ ପଣ୍ଡିତ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରୁଛନ୍ତି।
ଆସନ୍ତା ୨୪ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ନୂତନ ବିଗ୍ରହ ତିନିଠାକୁରଙ୍କ ଙ୍କ ନୂତନ ମନ୍ଦିର ପ୍ରବେଶ ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅବ୍ୟାହତ ରହିଛି। ପ୍ରତ୍ୟେକ ଦିନ ଗାଁ ର ଚତୁଃପାର୍ଶ୍ଵରେ ହରି କିର୍ତନ ସହ ପ୍ରତ୍ୟେକ ଦିନ ମଧ୍ୟାହ୍ନ ରୁ ମଧ୍ୟ ରାତି ପର୍ଯ୍ୟନ୍ତ ପାରାୟଣ କାର୍ଯ୍ୟକ୍ରମ, ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରତ୍ଯହ ସନ୍ଧ୍ୟା ରୁ ରାବଣ ଦରବାର ସହ ନୃତ୍ୟ ଗୀତ ଓ ନାଟକ ଅନୁଷ୍ଠିତ ହେଉଛି।
ଅପରାହ୍ନ ୧୨ ଘଣ୍ଟା ସମୟରୁ ଦିବା ରାତ୍ରି ଅର୍ନ ଭୋଗ ପ୍ରଭୃତି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଦାନ କରାଯାଉଛି। ମନ୍ଦିର ପ୍ରତିଷ୍ଠା ମହୋତ୍ସବ କମିଟି ସଭାପତି ମାରୁତି ମୋହନ ମିଶ୍ର, ସମ୍ପାଦକ ଧିରେନ ବିଶ୍ବାଳ , କୋଷାଧ୍ୟକ୍ଷ ଭାବରେ ଅରବିନ୍ଦ ପଣ୍ଡା ଙ୍କ ସମେତ ବିଭିନ୍ନ କମିଟି ମାଧ୍ୟମରେ ଗାଁ ର ଆବାଳବୃଦ୍ଧ ବନିତା ସଂପୂର୍ଣ୍ଣ ସହଯୋଗ କରୁଛନ୍ତି।
ପ୍ରତିଷ୍ଠା ମହୋତ୍ସବ ଦେଖିବା କୁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଜନସମାଗମ ହେଉଛି। ଆସନ୍ତା ୨୪ ତାରିଖ ଶୁକ୍ରବାର ଦିନ ମଧ୍ୟ ରାତ୍ରୀରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍ଯାପିତ ହେବାର କାର୍ଯ୍ୟକ୍ରମ ରହିଛି।
Report : Bijay ku sahu
Edited by k.s thakur...




