ଉଦ୍ଯାପିତ ହେଲା ୭୭ ତମ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା :କଂସ ବଧ ପରେ ଉଗ୍ରସେନ ଙ୍କ ରାଜ୍ୟାଭିଷେକ ...
ବରଗଡ଼,୧୪/୦୧ : ଦିର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେଉଥିବା ୭୭ ତମ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା ଉଗ୍ରସେନ ଙ୍କ ରାଜ୍ୟ ଅଭିଷେକ ପରେ ଉଦ୍ଯାପିତ ହୋଇଯାଇଛି। ମାମୁଁ କଂସ ଛଳନା କରି କୃଷ୍ଣ ବଳରାମ ଙ୍କୁ ଧନୁଯାତ୍ରା ଦେଖାଇବା ପାଇଁ ମନ୍ତ୍ରୀ ଅକୃର ଙ୍କୁ ଗୋପପୁର ପଠାଇ ନିମନ୍ତ୍ରଣ ଦେଇଥିଲେ।
Ad..
ମାମୁଁ ଙ୍କ ନିମନ୍ତ୍ରଣ ପାଇ କୃଷ୍ଣ,ବଳରାମ ନନ୍ଦ ବାଳକ ଓ ଗୋପି ଙ୍କ ସହ ମଥୁରା ପହଞ୍ଚି ନଗର ଭ୍ରମଣ କରିଥିଲେ। କଂସ ଦରବାର ରେ ପହଞ୍ଚି ଅଷ୍ଟ ମଲ୍ଲ ଙ୍କ ସହ ଯୁଦ୍ଧ କରି ବଧ କରିଛନ୍ତି । ଏହାପରେ କୁବଳୟ ହସ୍ତୀ ବଧ ଓ ଶିବଧନୁ ଭଙ୍ଗ କରିଛନ୍ତି।
Ad..
ଏସମସ୍ତ ଘଟଣା କଂସ ଜାଣିପାରି ମୃତ୍ୟୁ ଆଶଙ୍କା ସହ କୃଷ୍ଣ ବଳରାମ ଙ୍କ ସହ ଯୁଦ୍ଧ କରି ଶେଷରେ ପରାଜିତ ହୋଇ କଂସ ବଧ ହୋଇଛି। କଂସ ବଧ ପରେ ମଥୁରା ର ପ୍ରହରୀ ସାଜିଥିବା ଉଗ୍ରସେନ ଙ୍କୁ ରାଜଭିଷେକ କରାଯାଇଛି ଓ ଉଗ୍ରସେନ ମଥୁରା ର ରାଜା ହେବାପରେ ଦିର୍ଘ ୧୧ ଦିନର ବରଗଡ଼ ଧନୁଯାତ୍ରା ସମାପ୍ତ ଘଟିଛି।
Ad..
ଆଞ୍ଚଳିକ ଲୋକ ସଂସ୍କୃତି, ପରମ୍ପରା, ଜୀବନ ବୋଧ କୁ ନେଇ ନିଜସ୍ଵ ସମ୍ପାଦନା ହେଉଥିବା ବରଗଡ଼ ଧନୁଯାତ୍ରା ଉଗ୍ରସେନ ଙ୍କ ରାଜ୍ୟ ଅଭିଷେକ ହେବାପରେ ଅନ୍ୟାୟ ଅତ୍ୟାଚାର କଂସ ବଧ ଓ ମଥୁରା କୁ କୃଷ୍ଣ ଙ୍କ ଆଗମନରେ ଖୁସି ମନାଇ ସମଗ୍ର ମଥୁରା ନଗରୀ ବରଗଡ଼ ରେ ଲୋକ କହନ୍ତି ' କଂସ ରାଜାର ବଂଶ ବୁଡୁ କଂସ ମଲେ ଖାଏମା ଲଡୁ ' କଂସ ବଧ ପରେ ପୁସପୁନି ପାଳନ କରୁଛନ୍ତି ସମଗ୍ର ବରଗଡ଼ ବାସୀ ।
Report : Bijay ku sahu
Edited by k.s thakur...




