ପ୍ରଥମ ପ୍ରୟାସ ରେ ସିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ପରିବାର ଓ ସହରର ମାନ ରଖିଲେ ମୋହିତ...
କଣ୍ଟାବାଞ୍ଜି,୨୯/୧୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଜଣେ ସୁନାମ ପ୍ରାପ୍ତ ବ୍ୟବସାୟୀ ସୁନିଲ ଅଗ୍ରୱାଲ ଙ୍କ ପୁଅ ମୋହିତ ଅଗ୍ରୱାଲ ସିଏ ପରୀକ୍ଷା ରେ ପ୍ରଥମ ପ୍ରୟାସ ରେ ହି ଉତ୍ତୀର୍ଣ୍ଣ ହୋଇ ନିଜ ପରିବାର ଓ ସହରର ମାନ ରଖିଛନ୍ତି।
Ad..
ଏହା ପୂର୍ବରୁ ସିଏ ଇଣ୍ଟର ପରୀକ୍ଷାର ଦୁଇଟି ଗ୍ରୁପ ରେ ମଧ୍ୟ ମୋହିତ ଏକା ସହିତ ପାସ କରିଥିଲେ। ଏହି ଉପଲବ୍ଧି ପାଇଁ ସେ ନିଜ ମାଁ ବାପା ଓ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି।
Ad..
ବର୍ତ୍ତମାନ ମୋହିତ ନିଜ ପରିବାରର ୯ ତମ ସିଏ ଅଟନ୍ତି। ତାଙ୍କ ପୂର୍ବରୁ ତାଙ୍କ ପରିବାରର ୮ ଜଣ ସିଏ ପୂର୍ବରୁ ମଧ୍ୟ ଅଛନ୍ତି। ତାଙ୍କଠୁ ଅନୁପ୍ରାଣିତ ହୋଇ ମୋହିତ ମଧ୍ୟ ସିଏ ହୋଇଛନ୍ତି।
Ad..
ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ସେବା ରେ ଯୋଗଦାନ ଦେବା ପାଇଁ ଚାହୁଛନ୍ତି। କଣ୍ଟାବାଞ୍ଜି ସହରର ବିଭିନ୍ନ ସାମାଜିକ ସଂସ୍ଥା ପକ୍ଷରୁ ମୋହିତ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Edited by k.s thakur...




