ଚିଲିକା ହ୍ରଦ ମଝିରେ ପୁଣି ଫସିଲା ଦେଶୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି...

ଚିଲିକା ହ୍ରଦ ମଝିରେ ପୁଣି ଫସିଲା ଦେଶୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି...


ବ୍ରହ୍ମଗିରି,୨୯/୧୨ : ମରାଳ ମାଳିନୀ ଚିଲିକା ଜଳରାଶିରେ ରବିବାର ଅପରାହ୍‌ଣରେ ଏକ ଯାତ୍ରୀବାହୀ ଡଙ୍ଗା ଅଟକି ଯାଇଛି। ଏହି ଅଘଟଣ ପାଇଁ ୪୦ ଜଣ ଯାତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଫସିଛନ୍ତି। ସେମାନଙ୍କୁ ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।  

             Ad..


ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସଦା ବ୍ଲକ ଅଧିନ ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ଯିବା ପାଇଁ ଏକ ଯାତ୍ରୀବାହୀ ଡଙ୍ଗା ବାହାରିଥିଲା। ଏଥିରେ ପ୍ରାୟ ୫୦ ଜଣ ଯାତ୍ରୀ ଓ ୨୦ଟି ବାଇକ୍‌ ରଖାଯାଇଥିଲା। ଦେଶୀ ଡ଼ଙ୍ଗାଟି ଯାତ୍ରା ଆରମ୍ଭ କରିବାର କିଛି ସମୟରେ  ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ଯାଇଥିଲା। 

Ad..


ସେହି ସମୟରେ ଡ଼ଙ୍ଗାଟି ମଝି ଚିଲିକାର ମହିଷାଗାଁ ତଳିରେ ଫସି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଚିଲିକା ମଝିରେ ଯାତ୍ରୀମାନେ ଫସି ରହିଛନ୍ତି। ଅନ୍ୟ ଦୁଇଟି ମତ୍ସ୍ୟଜୀବୀ ଡ଼ଙ୍ଗା ଉଦ୍ଧାର ପାଇଁ ଉଦ୍ୟମ କରୁଛି। ଅନ୍ୟପଟରେ ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କର ଦେଖାନାହିଁ। ବାରମ୍ବାର ମଝି ଚିଲିକାରେ ଯାତ୍ରୀଙ୍କ ସହ ଡ଼ଙ୍ଗା ଫସି ରହୁଛି। କିନ୍ତୁ ପ୍ରଶାସନ ନିରବ ହୋଇ ବସିଛି।

     Ad..


ଚିଲିକା ହ୍ରଦ ମଧ୍ୟରେ ଥିବା ଏକାଧିକ ସ୍ଥଳ ଭାଗରେ ଛୋଟଛୋଟ ଗାଁ ରହିଛି। ଏହି ଗାଁଗୁଡ଼ିକର ଲୋକେ ଚିଲିକାରୁ ମାଛଧରି ଜୀବିକା ନିର୍ବାହ କରୁଛନ୍ତି। ଏମାନେ ଅନ୍ୟ ଜିନିଷପତ୍ର କିଣାକିଣି ପାଇଁ ସାତପଡ଼ାକୁ ଆସିଥାନ୍ତି। ଜଳପଥ ହେଉଛି ଏମାନଙ୍କର ପାଇଁ ଏକମାତ୍ର ବିକଳ୍ପ। ତେଣୁ ବିଭିନ୍ନ ସମୟରେ ସେମାନେ ଦୁର୍ଘଟଣା ଓ ଅଘଟଣର ସାମ୍ନା କରିଥାନ୍ତି।

ସୂଚନାଯୋଗ୍ୟ, ସାତପଡ଼ାରୁ ଜହ୍ନିକୁଦା ଘାଟର ଦୂରତା ୫ କିଲୋମିଟର। ସବୁଦିନ ଲୋକେ ଏହି ଜଳପଥରେ ପାରି ହୋଇଥାନ୍ତି। ଲୋକଙ୍କର ମାଧ୍ୟମ କେବଳ ଜଳପଥ ହୋଇଥିବାରୁ ଦେଶୀଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥାଆନ୍ତି। ଚିଲିକା ପାରି ହେବାବେଳେ ଏହିଭଳି ବାରମ୍ବାର ଅଘଟଣ ଘଟୁଛି। 



Edited by k.s thakur...




Post a Comment

Previous Post Next Post