ବିଶିଷ୍ଟ କ୍ରୀଡାବିତ୍ ତଥା ପୂର୍ବତନ ଫୁଟବଲ ଖେଳାଳି କୁଞ୍ଜ ଭୋଇ ଙ୍କୁ ସମ୍ବର୍ଧନା...

ବିଶିଷ୍ଟ କ୍ରୀଡାବିତ୍ ତଥା ପୂର୍ବତନ  ଫୁଟବଲ ଖେଳାଳି କୁଞ୍ଜ ଭୋଇ ଙ୍କୁ ସମ୍ବର୍ଧନା...


ବରଗଡ଼,୧୨/୧୨ :  ବରଗଡ଼ ନିଗମାନନ୍ଦ ବିହାର ପଡ଼ା ନିବାସୀ ବିଶିଷ୍ଟ କ୍ରୀଡାବିଦ ତଥା ପୂର୍ବତନ ଫୁଟବଲ ଖେଳାଳୀ କୁଞ୍ଜ ଭୋଇ ଙ୍କୁ ତାଙ୍କ ୬୩ ତମ ଜନ୍ମ ଦିବସ ଅବସର ରେ ନିଗମାନନ୍ଦ ବିହାର ଉନ୍ନୟନ କମିଟି ତରଫରୁ ସ୍ବତନ୍ତ୍ର ସମ୍ବର୍ଧନା ପ୍ରଦାନ କରାଯାଇଛି।

             Ad..


ଅତୀତ ରେ ସେ ଜଣେ ସଫଳ କ୍ରୀଡାବିଦ ଓ ସ୍ୱନାମ ଧନ୍ୟ ଫୁଟବଲ ଖେଳାଳୀ ଭାବେ ବରଗଡ଼ ଜିଲ୍ଲା ରେ ସୁଖ୍ୟାତି ଅର୍ଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।ସମସ୍ତ ପଡ଼ା ବାସୀ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇ କ୍ରୀଡା ପ୍ରତି ରୁଚି ବର୍ଦ୍ଧନ ପାଇଁ ପଡ଼ା ର ଯୁବ ପିଢ଼ି ଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ  ପାଇଁ ଅନୁରୋଧ କରାଯାଇଥିଲା।

     Ad..


ତେବେ ଶ୍ରୀ ଭୋଇ ପଡ଼ା ରେ ଆଗ୍ରହୀ କ୍ରୀଡା ବିଦ ଙ୍କ ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ସମୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। 



Report : Bijay ku sahu

Edited by k.s thakur...



Post a Comment

Previous Post Next Post