ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆସନ୍ତା ଶନିବାର ଦିନ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ...
ବୁର୍ଲା,୧୨/୧୨ : ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ 132/33 କେ.ଭି. ପ୍ରଧାନପାଲି ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଗଡ଼ ଟାଉନ୍, ଭଟଲି, ସୁଗୁଡ଼ା, ସରଧାପାଲି, ରାଇଶୋଭା, ଗୋପାଳପୁର, ମୂଳବାର, ତେଜାଗୋଲା, ନୂଆପାଲି, ନୂଆଗଡ଼, ବରାଗୁଡ଼ା, ତୋରା, ଖେଦାପାଲି ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ତା. 14.12.2024 ରିଖି (ଶନିବାର) ସକାଳ 8 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।
Ad..
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି।
Ad..
Report : Bijay ku sahu
Edited by k.s thakur...
Tags:
bargargh
burla
electricity cut off
information
latest news
odisha daily current affairs
on 14 th Dec
optcl
Sambalpur



