୫୧ ତମ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଉଦ୍ଘାଟିତ...

୫୧ ତମ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ ଉଦ୍ଘାଟିତ...


ବରପାଲି,୧୮/୧୨ : ସ୍ଵଭାବ କବି ଶ୍ରୀ ଗଙ୍ଗାଧର ମେହେର ଙ୍କ ଜନ୍ମମାଟି ବରପାଲି ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ ୫୧ ତମ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ। 

           Ad..


ସମ୍ମାନୀତ ଅତିଥି ଭାବରେ ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ, ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଶ୍ରୀ ଇରାସିଶ ଆଚାର୍ଯ୍ୟ,ପଦମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ଆର୍ ଡି ସି ଶ୍ରୀ ବିକାଶ ପ୍ରଧାନ, ଏ ଡି ଏମ ଶ୍ରୀ ମହେନ୍ଦ୍ର ମହାପାତ୍ର,ପୂର୍ବତନ ଡି ଇ ଓ ଶ୍ରୀ ସୁବୋଧ ଦାଶ, ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ,ସହ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧିରୋଜ୍ ପଟ୍ଟନାୟକ,   ଡି ଆଇ ଇ ଟି ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାଶ, ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶ୍ରୀ ଶାଶ୍ଵତୀ ଦାଶ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଦବୋଧନ ଦେଇଥିଲେ। 

    Ad..


ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିଆଯିବାକୁ ଥିବା ଉନ୍ନୟନ ମୂଳକ ପଦକ୍ଷେପ ସମ୍ବନ୍ଧରେ ସୂଚନା ଦେବା ସହ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ସମସ୍ୟା ଗୁଡିକର ସମାଧାନ ଅତି ଶୀଘ୍ର କରାଯିବା ପାଇଁ ସୂଚନା ପ୍ରଦାନ କରିଥିଲେ।ଅତିଥି ମାନଙ୍କୁ ସ୍ଥାନୀୟ ସରସ୍ଵତୀ ବିଦ୍ୟାମନ୍ଦିରର ବ୍ୟାଣ୍ଡ ଗ୍ରୁପ୍ ସ୍ବାଗତ କରି ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣି ଥିଲେ। 

ପ୍ରଥମେ ମା ସମଲେଶ୍ଵରୀ, ଶ୍ରୀ ଜଗନ୍ନାଥ ଓ ଏ ମାଟିର ବରପୁତ୍ର ସ୍ଵଭାବ କବିଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ଶିକ୍ଷାଅଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକଙ୍କ ଉଦ୍ଦେଶ୍ୟ ଜ୍ଞାପନ ତଥା ଏହାର ଆଭିମୁଖ୍ୟ ସମ୍ବନ୍ଧରେ ଉଦବୋଧନ ଦେବା ପରେ ସ୍ଵଭାବ କବିଙ୍କ କାଳଜୟୀ କବିତା "ବିଶ୍ବ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ" ସାମୁହିକ ଭାବରେ ଗାନ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମର ଆୟୋଜନରେ ବରଗଡ଼ ଜିଲ୍ଲାର ସମସ୍ତ ବାରଟି ବ୍ଲକର ବି ଇ ଓ ଏବଂ ଜିଲ୍ଲାର ବିଜ୍ଞ ତଥା ସୁଦକ୍ଷ ବିଜ୍ଞାନ ଶିକ୍ଷକ ମାନଙ୍କର ସହଯୋଗ , ବରପାଲି ସ୍ଥିତ ବିଭିନ୍ନ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ଫଳରେ ଓଡିଶାର ତିରିଶଟି ଜିଲ୍ଲାରୁ ଆସିଥିବା 

ସମସ୍ତ ବାଲ୍ ବୈଜ୍ଞାନିକ , ଗାଇଡ ଶିକ୍ଷକ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମାନଙ୍କୁ ଆତିଥେୟତା ପ୍ରଦାନ ପୂର୍ବକ ସମସ୍ତଙ୍କର ରହିବା ଓ ଖାଇବାର ସୁବ୍ୟବସ୍ଥା କରାଯାଇଥିଲା। ଭେଡେନ ବ୍ଲକ ଗର୍ଭଣା ପ୍ରାଥମିକ ବିଦ୍ୟାଳୟର  କୁନି ଛାତ୍ର ମାନେ ପରିବେଶ ସୁରକ୍ଷା ଓ ସମୟାନୁବର୍ତିତା ଉପରେ ଚିତ୍ତାକର୍ଷକ ପାଲା ପରିବେଷଣ କରିଥିଲେ। ସଭାକାର୍ଯ୍ଯଟିକୁ ସଂଯୋଜନା କରିଥିଲେ ଶ୍ରୀ ରାଜେଶ ଖମାରୀ ଓ ଶ୍ରୀ ଦ୍ଵାଦଶ ପ୍ରଧାନ।ପରିଶେଷରେ ଏସ ସି ଇ ଆର୍ ଟି ର ସହ ନିର୍ଦ୍ଦେଶିକା ଶ୍ରୀମତି ପ୍ରଲିପ୍ତା ମିଶ୍ର  ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ରକେଟ ଉତକ୍ଷେପଣ କରାଯାଇଥିଲା ।

ଏହା ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଦାୟିତ୍ୱରେ ଥିବା ଶ୍ରୀ ଗୋପୀନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ସ୍ଥାପିତ କରଯାଇଥିଲା। ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ୍ ରେ ଫିତାକଟା ଯାଇ ବିଜ୍ଞାନ ମେଳାର ଶୁଭାରମ୍ଭ କରଯାଇଥିଲା। ଏହି ପ୍ରଦର୍ଶନୀରେ  ସମୁଦାୟ ୨୧୦ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହେଉଛି ଯାହାକି ଆଗାମୀ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post