'ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚ ର କାର୍ଯ୍ୟାରମ୍ଭ'...
ବରଗଡ଼,୧୮/୧୨ : ଅଖିଳ ଭାରତୀୟ ହିନ୍ଦୁ ମହିଳା ମଞ୍ଚ ତାର କାର୍ଯ୍ୟାବଳୀ ଶ୍ରୀମତୀ ଦର୍ଶନା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଅତାବିରା ଠାରୁ ଆରମ୍ଭ କରିଛି। ମହିଳା ମାନଙ୍କ କ୍ଷେତ୍ର ରେ ଶୌର୍ଯ୍ୟତ୍ବ ଓ ସ୍ଵ ସଂସ୍କୃତି ପ୍ରତି ନିଷ୍ଠା ର ଜାଗରଣ ହେଉଛି ଏହାର ଉଦ୍ଦେଶ୍ୟ।
Ad..
ଏଣୁ ଏହାର ଧୈୟ ବାକ୍ୟ ହେଉଛି "ଲୌଟ ଚଲେ ହମ ଶୌର୍ଯ୍ୟ କି ଔର "। ଶ୍ରୀମତୀ ସଂଘମିତ୍ରା ପଟେଲ, କିରନ ଅଗ୍ରୱାଲ, ଉମା ଅଗ୍ରୱାଲ. ପ୍ରିୟଦର୍ଶିନୀ ଅର୍ଚନା ବାଗ୍, କ୍ଷୀରେଶ୍ବରୀ ସ୍ୱାଇଁ ଙ୍କ ଉପସ୍ଥିତି ରେ ସ୍ଥାନୀୟ ଦୁର୍ଗା ମନ୍ଦିର ରେ ପୂଜାର୍ଚନା ପୂର୍ବକ ଏହାର ପ୍ରଥମ ବୈଠକ ଆରମ୍ଭ ହୋଇଥିଲା। Ad..
ଆଗାମୀ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସଂଗଠନ ତାର "ଶୌର୍ଯ୍ୟ ଶୋଭାଯାତ୍ରା "ଆରମ୍ଭ କରି ଏହାକୁ ଲୋକାଭିମୁଖୀ କରିବାକୁ ପ୍ରୟାସ କରିବ ବୋଲି ଏହାର ସଭାପତି ଦର୍ଶନା ଅଗ୍ରୱାଲ ଓ ଉପଦେଷ୍ଟା ଆଡ଼ଭୋକେଟ ଜୟଶ୍ରୀ ମହାପାତ୍ର ବାର୍ତ୍ତା ଦେଇଛନ୍ତି।
Report : Bijay ku sahu
Edited by k.s thakur...
Tags:
akhil bhartiya hindu mahila manch
Bargarh
bargarh news
latest news
latest update
odisha daily current affairs



