ନିୟମିତ ହେଲେ ୩୨ ଜଣ କନିଷ୍ଠ ଶିକ୍ଷକ...
ପଦମପୁର,୧୦/୧୨ : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ମେ ୨୦୧୮ ରୁ କାର୍ଯ୍ୟରତ ୩୨ ଜଣ କନିଷ୍ଠ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଚାକିରୀ ନିୟମିତ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପତ୍ରସଂଖ୍ୟା ୨୫୨୬୬/ତା ୫-୧୦-୨୦୨୪ ଅନୁଯାୟୀ ଏବଂ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପଦମପୁର ପତ୍ରସଂଖ୍ୟା ୪୦୫୭ ତା ୯-୧୨-୨୦୨୪ ଅନୁସାରେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇ ୩୨ ଜଣ କନିଷ୍ଠ ଶିକ୍ଷକ ମାନଙ୍କୁ ତାଙ୍କର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।
Ad..
ଶ୍ରୀ ଭୋଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ଙ୍କ ସାମଗ୍ରିକ ବିକାଶ ଓ ଗୁଣାତ୍ମକ ଶିକ୍ଷା ପାଇଁ କାମ କରିବା ନିମନ୍ତେ ନିଜର ଅଭିଭାଷଣ ରଖି ଥିଲେ,ଏହି ଅବସରରେ ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମସିଂ ଭୋଇ ଓ ଶ୍ରୀ ବିଶିକେସନ ଶତପଥୀ ଏବଂ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Ad..
ଏଠାରେ ଉଲ୍ଲେଖ ଯୋଗ୍ୟଯେ କନିଷ୍ଠ ଶିକ୍ଷକ ଭାବରେ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ମାନେ ୬ ବର୍ଷ ଧରି ଶୃଙ୍ଖଳିତ ସେବା କଲାପରେ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ କମିଟି ଦ୍ବାରା ଉପଯୁକ୍ତ ବିବେଚିତ ହୋଇ ନିୟମିତ ହୋଇଥାନ୍ତି।Report : Bijay ku sahu
Edited by k.s thakur...



