ଶେଷ ପର୍ଯ୍ୟାୟ ତ୍ରିଦିବସୀୟ ପ୍ରୟୋଗ ତାଲିମ ସମାପିତ...
କଣ୍ଟାବାଞ୍ଜି,୦୭/୧୨ : ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ତ୍ରିଦିବସୀୟ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ତା.୦୫ ରୁ ୦୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
Ad..
ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ତୁରେକେଲା ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ସାଧନକର୍ମୀ ବିରଞ୍ଚି ନାରାୟଣ ଦାଶ, ଗଜୟ କୁମାର ଦାଶ, ଗଜିନ୍ଦ୍ର ହରିଜନ ଓ ଅମରକାନ୍ତ ବେହେରା ତାଲିମ ପ୍ରଦାନ କରିଥିଲେ।
Ad..
ଏହି ତାଲିମରେ ପଚାଶରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ରଜନୀ ମେହେର, ଯଶୋବନ୍ତୀ ପୁଟେଲ,ଜ୍ୟୋତ୍ସ୍ନା ମେହେରକୌଶଲ୍ୟା ମାଝୀ, ସନ୍ତୋଷିନୀ ନାଏଖ,ସ୍ଥିତି ପ୍ରଜ୍ଞା ସ୍ୱ।ଇଁ, ଶିକ୍ଷକ ହୃଦାନନ୍ଦ କୁମ୍ଭାର,ବବୃ ନାୟକ,ରାଜୀବ ଦାସ,ବୁନ୍ଦାବନ ଭୋଇ,ସୁନୀଲ ରଞ୍ଜନ ସଲତାର,ଅର୍ଜୁନ ମାଝୀ,ଭବାନୀ ବେହେରା ଆଦି ଯୋଗ ଦେଇଥିଲେ।
ସେହିପରି କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ତ୍ରିଦିବସୀୟ ପ୍ରୟୋଗ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସାଧନକର୍ମୀ ମମତା ପଣ୍ଡା, ଅଞ୍ଜଳି ମାଝୀ, ଅମରେନ୍ଦ୍ର ବାଗ ଓ ଅନୁପ କୁମାର ଦାସ ତିନିଦିନ ଧରି ମୌଖିକ ଭାଷାର ର ବିକାଶ, ଡିକୋଡିଂ, ପଠନ, ଲିଖନ ଉପରେ ତାଲିମ ପ୍ରଦାନ କରିଥିଲେ।
ଏହି ତାଲିମ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଧରିତ୍ରୀ ମେହେର, ଅଞ୍ଜଳି ନାଏକ,ଶୋଭାଗିନି ତ୍ରିପାଠୀ, କବିତା ରାଏ,ଉମାକାନ୍ତୀ ସରାଫ,ଗଙ୍ଗଦେଇ ଧରୁଆ,ବିମଳ ଧରୁଆ, ବିକାଶ ବର୍ଗେ,ପ୍ରଶାନ୍ତ ମହାପାତ୍ର, ଶୁଶାନ୍ତ ମହାପାତ୍ର, ବିବେକାନନ୍ଦ ରାଏ,ପ୍ରମୋଦ ମାଝୀ, ଶିବାନନ୍ଦ ମାଝୀ ଆଦି ଯୋଗ ଦେଇଥିଲେ।
Edited by k.s thakur...
Tags:
bolangir
kantabanji
latest news
latest update
odisha daily current affairs
teachers training program



